ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ଆଜି ଜୟପୁର ଅଗ୍ନିଶମ କେନ୍ଦ୍ର ତରଫରୁ ଜଣସାଧାରଣ ମଧ୍ୟରେ ସୁରକ୍ଷା ଜ୍ଞାନ ବୃଦ୍ଧି ପାଇଁ ଏକ ସଚେତନତା ମକ୍ଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜୟପୁର ମୁଖ୍ୟ ରାସ୍ତାରେ ଥିବା ଏକ ବଡ ସପିଙ୍ଗ ମଲ ଭିତରେ ଅନୁଷ୍ଠିତ ହୋଇଥିଲା । ସହକାରୀ ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଚାଲିଥିଲା ।
BulletsIn
-
ଜୟପୁର ଅଗ୍ନିଶମ କେନ୍ଦ୍ର ତରଫରୁ ଏହି ସଚେତନତା ମକ୍ଡ୍ରିଲ ଆୟୋଜନ କରାଯାଇଛି ।
-
କାର୍ଯ୍ୟକ୍ରମ ଜୟପୁର ମୁଖ୍ୟ ରାସ୍ତାରେ ଥିବା ଏକ ସପିଙ୍ଗ ମଲରେ ଅନୁଷ୍ଠିତ ହୋଇଥିଲା ।
-
ସହକାରୀ ଅଗ୍ନିଶମ ଅଧିକାରି ସୁରେଶ ବାରିକଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀମାନେ ତାଲିମ ଦେଇଥିଲେ ।
-
ସଚେତନତା କାର୍ଯ୍ୟକ୍ରମ ଦିନ ୧୨ଟାରେ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସମାପ୍ତ ହୋଇଥିଲା ।
-
ନିଆଁଲିଭା ଯନ୍ତ୍ରର ବ୍ୟବହାର ଓ ସୁରକ୍ଷା ପ୍ରତି ସଚେତନତା କରାଯାଇଛି ।
-
ଅଗ୍ନିକାଣ୍ଡ ଘଟିଲେ କିପରି ନିଆଁ ନିୟନ୍ତ୍ରଣ କରାଯିବ ଓ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ବାହାର କରାଯିବ, ସେ ନେଇ ତାଲିମ ଦିଆଯାଇଛି ।
-
ଧୂଆଁ କିମ୍ବା ବିଷାକ୍ତ ବାଷ୍ପ ଥିବା ଅଞ୍ଚଳରେ ବିଏସେଟ ବ୍ୟବହାର ବିଷୟରେ ମଧ୍ୟ ଶିଖାଯାଇଛି ।
-
ରାସ୍ତା ଦୁର୍ଘଟଣା ସମୟରେ ଉଦ୍ଧାର ପ୍ରକ୍ରିୟା ଏବଂ ତାଲିମ ମଧ୍ୟ ଦିଆଯାଇଛି ।
-
ଭୟଙ୍କର ଅଗ୍ନିକାଣ୍ଡ ଘଟିଲେ ରବୋଟିକ ଫାୟାର ଫାଇଟିଂ ଦ୍ୱାରା କିପରି ନିଆଁକୁ ଆୟତ୍ତ କରାଯିବ ତା ଦେଖାଯାଇଛି ।
-
ମଲର କର୍ମଚାରୀ ଓ ଗ୍ରାହକମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନି ସୁରକ୍ଷା ପ୍ରତି ସଚେତନ ହୋଇଥିଲେ ।
