ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି । ଏହାରେ ବିଭାଗର ବିଭିନ୍ନ ରୂପରେଖ ଓ କାର୍ଯ୍ୟଧାରା ସଂପର୍କରେ ବରିଷ୍ଠ ଅଧିକାରୀମାନେ ଶ୍ରୀମତୀ ପରିଡ଼ାକୁ ଅବଗତ କରାଇଥିଲେ । ଏହାରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଶ୍ରୀମତୀ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇ ସ୍ୱାଗତ କରିଥିଲେ । ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଜାରି ରହିଥିବା ସ୍ୱତନ୍ତ୍ର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଯୋଜନା ସଂପର୍କରେ ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
BulletsIn
- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି।
- ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଥିଲା।
- ବିଭାଗର ବିଭିନ୍ନ ରୂପରେଖ ଓ କାର୍ଯ୍ୟଧାରା ସଂପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
- ପୁଷ୍ପଗୁଚ୍ଛ ଓ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ଦେଇ ସ୍ୱାଗତ କରିଥିଲେ।
- ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରକଳ୍ପ ବିଷୟରେ ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
- ପରିଚାଳିତ ପ୍ରସାଦ ଏବଂ ସ୍ୱଦେଶ ଦର୍ଶନ ଅନ୍ତର୍ଗତ ପ୍ରକଳ୍ପକୁ ଶ୍ରୀମତୀ ପରିଡ଼ା ସମୀକ୍ଷା କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
- କର୍ମଚାରୀ ଓ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ ଉପରେ ମନ୍ତ୍ରୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ।
- ଓଡିଆ ଖାଦ୍ୟ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳିତ ବିଭିନ୍ନ ଆଉଟ୍ଲେଟ୍ରେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରାଥମିକତା ଦେବାକୁ ସେ ପରାମର୍ଶ