ଜୟପୁର, – ଭିଜିଲାନ୍ସ ଇନସପେକ୍ଟର ପରିଚୟ ଦେଇ ଲାଂଚ ନେବା ମାମଲାର ଆଜି ଶୁଣାଣି ହୋଇଛି । ଜୟପୁର ଭିଜିଲାନ୍ସ କୋର୍ଟ ରେ ଶୁଣାଣି ହୋଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତି କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ରାଜେଶ ଏକ୍କା ରାୟର ଶୁଣାଣି କରିଛନ୍ତି । ଅଭିଯୁକ୍ତ କନେଷ୍ଟବଲ କୁଞ୍ଜ କିଶୋର ପାଢୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୫ ହଜାର ଆର୍ôଥକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦେୟ ହେଲେ ଅଧିକା ଜେଲ ଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ଶୁଣାଣି କରିଛନ୍ତି । ମନୋରଞ୍ଜନ ପରିଛାଙ୍କ ସ୍ତ୍ରୀ ରାୟଗଡା ଜିଲା ବିଷମକଟକରେ ସିଡିିପିଓ ଭାବେ ନମିତା ପଣ୍ଡା କାର୍ଯ୍ୟ କରୁଥିଲେ । ସେହି ସମୟରେ କନେଷ୍ଟବଲ ଜଣକ ଫୋନ କରି ୩୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ମନୋରଞ୍ଜନ ଜୟପୁର ଭିଜିଲାନ୍ସକୁ ଜଣାଇଥିଲେ । ଗତ ୧୭ା୮ା୧୪ ତାରିଖରେ ରାୟଗଡା ବସ ଷ୍ଟାଣ୍ଡରେ ୨୫ ହଜାର ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଏହି ମାମଲାର ଶୁଣାଣି ହୋଇଛି । ମାମଲାକୁ ସରକାରି ଓକିଲ ଶଶିଧର ପଟ୍ଟନାୟକ ପରିଚାଳନା କରିଥିଲେ ।
