ଭୁବନେଶ୍ୱର, 3 ଡିସେମ୍ବର (ହି.ସ.)- ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଭିନ୍ନକ୍ଷମଙ୍କ
ଅଦମ୍ୟ ଉତ୍ସାହକୁ ପ୍ରୋତ୍ସାହିତ କରିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ରହିଛି ଅସୀମ
ଦକ୍ଷତା। ଆସନ୍ତୁ ସେମାନଙ୍କ ଅଦମ୍ୟ ଉତ୍ସାହକୁ ପ୍ରୋତ୍ସାହିତ କରି ସମ୍ମାନର ସହ ବଞ୍ଚିବା ପାଇଁ
ଏକ ସୁରକ୍ଷିତ ପରିବେଶ ଟିଏ ଗଢ଼ିବା। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଆସନ୍ତୁ ଆମ ସଂକଳ୍ପକୁ
ଆହୁରି ଦୃଢ଼ କରିବା, ସେମାନଙ୍କ ସ୍ୱପ୍ନରେ ଉଡାଣ
ଭରିବା।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
