ଭୁବନେଶ୍ୱର, 4 ଡିସେମ୍ବର (ହି.ସ.)- ଭାରତୀୟ ନୌସେନା ଦିବସରେସାହସୀ ସୈନିକମାନଙ୍କୁ ସମ୍ମାନ
ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଭାରତୀୟ ନୌସେନା ଦିବସ ଅବସରରେ, ଆମେ ରାଷ୍ଟ୍ରର ସାମୁଦ୍ରିକ ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ
କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ଅସୀମ ସାହସୀ ସୈନିକମାନଙ୍କର ଅତୁଳନୀୟ ସେବା ଓ ସର୍ବୋଚ୍ଚ
ପ୍ରତିବଦ୍ଧତା ପ୍ରତି ଗଭୀର କୃତଜ୍ଞତା ଓ ଆନ୍ତରିକ ସମ୍ମାନ ଜଣାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରର ଅଦମ୍ୟ ଶକ୍ତି ଭାବରେ, ଆପଣମାନଙ୍କର
ଉତ୍କୃଷ୍ଟ ବୃତ୍ତିଗତ ଦକ୍ଷତା ଏବଂ ଦେଶ ପ୍ରତି ସମର୍ପଣ ଭାବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ
ପ୍ରେରଣାର ଉତ୍ସ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
