ଭୁବନେଶ୍ୱର, 12 ଡିସେମ୍ବର (ହି.ସ.)- ବିଧାୟକଙ୍କ
ଦରମା ବଢିବା ସ୍ଵାଗତ ଯୋଗ୍ୟ ବୋଲି ସମବାୟ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ।
ସେ କହିଛନ୍ତି ଯେ, ବିଧାୟକ
ହେଇଗଲା ପରେ ସାଧାରଣ ଜନତା ଦାୟିତ୍ଵ ବଢାଇ ଦେଉଛନ୍ତି। ଦଳୀୟ କର୍ମୀ ବି ଦାୟିତ୍ଵ ବଢାଇ
ଦେଉଛନ୍ତି। ଘଟଣା ଦୁର୍ଘଟଣା ରେ ବିଧାୟକ ଯାଇ ପହଞ୍ଚିବେ ଆଉ ଆର୍ଥିକ ସାହାଯ୍ୟ କରିବେ। ଆର୍ଥିକ ସାହାଯ୍ୟ ନକଲେ ଆପଣ ଭଲ ନେତା ନୁହଁନ୍ତି।
ଲୋକଙ୍କ ମାନସିକତା ସେହିଭଳି ହୋଇଗଲାଣି। ଏକୋଇଶିଆ ଠାରୁ ଆରମ୍ଭ କରି ସୁଧ ଘର କ୍ରିକେଟ ଖେଳ ଯାଏ
ବିଧାୟକ ଯାଇ ପହଞ୍ଚିବେ। ଆଗରୁ ବିଧାୟକ ଯାଉଥିଲେ ବକ୍ତା ଭାବେ ଆଉ ଜଣେ ବ୍ୟବସାୟୀ କି ଅଫିସର
ଙ୍କ ଡାକୁଥିଲେ କିଛି ଆର୍ଥିକ ସାହାଯ୍ୟ ପାଇଁ।
ବର୍ତ୍ତମାନ କିନ୍ତୁ ବିଧାୟକଙ୍କୁ ବକ୍ତା ଓ ଦାତା ହିସାବରେ ନିମନ୍ତ୍ରଣ କରାଯାଉଛି।
ବିଧାୟକଙ୍କ ଦରମା ବଢିବା
ସ୍ଵାଗତ ଯୋଗ୍ୟ। ଗୋଟେ ଗୋଟେ ଗାଆଁରେ ଗଣେଶ ପୂଜା, ଲକ୍ଷ୍ମୀ ପୂଜା 30 , 35। ସବୁ ସାହିରେ କ୍ରିକେଟ ମ୍ୟାଚ। ଟେଣ୍ଟ ଖର୍ଚ୍ଚ, ଟଙ୍କା ପୁରସ୍କାର, ଖାସି ଖର୍ଚ୍ଚ ଚିଠା ଦେଖେଇ ଆୟୋଜକ
ମାନେ ବିଧାୟକଙ୍କ ଉପରେ ଦାୟିତ୍ଵ ଲଦୁଛନ୍ତି। ଆମେ ଯଦି ଖର୍ଚ୍ଚ ରିପୋର୍ଟ କାର୍ଡ ଦେବୁ ତାହାଲେ
ସରକାର ଆହୁରି ଅଧିକ ଅର୍ଥ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
