କେନ୍ଦୁଝର, ୦୩ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ବିଲ ବିକାଶ ମହଲରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଚମ୍ପୁଆ ଉପ-ଜିଲ୍ଲାପାଳ ରମାକାନ୍ତ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ମହୋତ୍ସବକୁ ଉଦ୍ଘାଟନ କରିଥିବାବେଳେ ଯୋଡ଼ା ବିଡ଼ିଓ ଦାନିସ ବେହେରା, ବଡ଼ବିଲ ତହସିଲଦାର ଏସ୍ଡିପି କେଶ କୁମାର ପଣ୍ଡା ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସିନ ହୋଇଥିଲେ। ପୂର୍ବତନ ବଡ଼ବିଲ ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ର, ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଦାସ, ବଡ଼ବିଲ ମଣ୍ଡଳ ସାଂସଦ ପ୍ରତିନିଧି ନୀଳମଣି ମହାନ୍ତି, ଚନ୍ଦ୍ରଗୁପ୍ତ ପ୍ରସାଦ, ଦେବ ପ୍ରସାଦ ମିଶ୍ର, ଧମେନ୍ଦ୍ର ମହାନ୍ତି, ରାମ କୁମାର ଶ୍ରଦ୍ଧାଞ୍ଜଳି କର, ସ୍ୱପ୍ନା ସାହୁ ପ୍ରମୁଖ ମଂଚାସୀନ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଚମ୍ପୁଆ ଉପ-ଜିଲ୍ଲାପାଳ ଉମାକାନ୍ଦ ପରିଡ଼ା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ ପରେ ବଡ଼ବିଲ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗୀତ ଗାନ କରିଥିଲେ। ଏହାପରେ ପରେ ସାଂସଦ ଖେଳ ମହୋତ୍ସବର ପତାକା ଉତୋଳନ ଓ ଉତୋଳନ ଓ ଶପଥ ପାଠ ପରେ ଖେଳ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ବଡ଼ବିଲ ବିକାଶ ମହଲ ପଡିଆରେ ଖୋ ଖୋ, କବାଡ଼ି, ୪ ମିଟର ଦୌଡ଼ି, ୧୦୦ ମିଟର ଦୌଡ଼ି, ଲମ୍ବ ଡିଆଁ, ଉଚ୍ଚ ଡିଆଁ ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବଡ଼ବିଲ ପୌରାଂଚଳ ଅନ୍ତର୍ଗତ କଳିଙ୍ଗ ଖେଳ ପଡ଼ିଆରେ ଭଲିବଲ, ବେଳକୁଣ୍ଡି ଖେଳ ପଡ଼ିଆରେ ଫୁଟବଲ ଓ ଯୋଡ଼ା ମୁନିସିପାଲିଟି ସେଂଟ୍ରାଲ ଖେଳ ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଉଛି। ଏହି ଖେଳ ମହୋତ୍ସବ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA
