














ମାଲକାନଗିରି, ୧୬ ଜାନୁଆରୀ (ହି.ସ.)- ମାଲକାନଗିରି ବ୍ଳକ ତାଣ୍ଡାପଲ୍ଲୀ ପଞ୍ଚାୟତ ଏମଭି ୧୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ତାଲା ପକାଇଥିବା ଦେଖିବାକୁ ମିଳିଛି ।
ଖବରରୁ ଜଣାପଡିଛି ଯେ, ଗତ ତା୨୬/୧୨/୨୩ ରିଖ ଦିନ ଏମଭି ୧୬ ଗ୍ରାମର ଗ୍ରାମବାସୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ ସହକର୍ମୀଙ୍କୁ ଦୁର୍ବ୍ୟବହାର ଏବଂ ବିଦ୍ୟାଳୟର କୁନିକୁନି ଛାତ୍ରଙ୍କୁ ନଡ଼ିଆ ଗଛରେ ଚଢେଇ ଗଛ ଡାଳ କାଟିବା, ଛାତ ଉପରେ ଥିବା ପାଣିଟାଙ୍କି ସଫା କରାଇବା, ଇଟାବୁହା କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିପଦପୁର୍ଣ ବିଦ୍ୟୁତ କାମ କରାଇବା ପ୍ରତିବାଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରସ୍ଥ ହୋଇ ବଦଳି ଦାବି କରିଥିଲେ । ଜିଲ୍ଲା ଶିକ୍ଷାଅଧିକାରୀ ମଧ୍ୟ ଏହାର ସମାଧାନ ଏକ ସପ୍ତାହ ମଧ୍ୟରେ ହେବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ୧୫ ଦିନରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଶିକ୍ଷାଅଧିକାରୀ କୌଣସି ପଦକ୍ଷେପ ନନେବାରୁ ଏହାକୁ ନେଇ ଆଜି ଗ୍ରାମବାସୀ ସ୍କୁଲରେ ତାଲା ପକାଇବା ସହ ସମସ୍ୟାର ସମାଧାନ ନହେବା ଯାଏ ସ୍କୁଲକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ
