



ବଲାଙ୍ଗିର, 10 ଡିସେମ୍ବର ( ହି.ସ.) ବଲାଙ୍ଗିର ସଦର ବ୍ଲକ ବାନ୍ଧନ ଘୋର୍ ଗାଁରେ ପ୍ରଥମ ସୁକତେଲ ମହୋତ୍ସବ ଶନିବାର ଉଦଘାଟିତ ହୋଯାଇଛି। ଏହି ମହୋତ୍ସବ ନ୍ୟାସନାଲ ସର୍ଭିସ୍ ଫାଉଣ୍ଡେସନ ଓ ସୁକତେଲ ମହୋତ୍ସବ କମିଟି ଦ୍ବାରା ଆୟୋଜିତ ହୋଇଛି । ସକାଳୁ ମଶାଲ ଶୋଭାଯାତ୍ରା ଓ କଳାକାର ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାରେ ମୂଖ୍ୟ ଅତିଥି ଶ୍ରୀ ଅଶ୍ଵିନୀ ପାତ୍ର ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ବିଭାଗ ଓଡ଼ିଶା ସରକାର , ସମ୍ମାନନୀୟ ଅତିଥି ନରସିଂହ ମିଶ୍ର ମାନ୍ୟବର ବିଧାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ବକ୍ତା ଶାଶ୍ଵତ ତ୍ରିପାଠୀ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ, ସୁକତେଲ ମହୋତ୍ସବ କମିଟି ସଭାପତି ବିଧୁଭୂଷଣ ସିଂହ ଦେଓ, ସମ୍ପାଦକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ମଞ୍ଚାସିନ ଥିଲେ, ଚିଙ୍କୁ ପ୍ରଧାନ ଆବାହକ, ସୁବଳ ଚନ୍ଦ୍ର ଗୁରହlଣ୍ଡି ଉପ ସଭାପତି, ସତ୍ୟନାରାୟଣ ଗହୀର ସଂଯୋଜକ, ହାଡିବନ୍ଧୁ ତ୍ରିପାଠୀ କାର୍ଯ୍ୟକ୍ରମ ନିଷ୍ପାଦକ, ଶ୍ରୀଧର ବାରିକ, ସଞ୍ଜୟ ଗଡତ୍ୟ। କୌସ୍ତୁଭ ସାହୁ, ଶ୍ରିମୟ ତ୍ରିପାଠୀ, ମନ୍ମୟ ଆନନ୍ଦ ତ୍ରିପାଠୀ, ଉପଦେଷ୍ଟା ମଳୟ ଆନନ୍ଦ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ରୁମକୁ ଝୁମାନା ସୁବର୍ଣ୍ଣପୁର, ଆଦିବାସୀ ଲୋକନୃତ୍ୟ ଦଳ ଆର୍ ଆର କଲୋନୀ ଝାଙ୍କର ପାଲି, ସଂଜ୍ୟୋତ କଳା କେନ୍ଦ୍ର ବଲାଙ୍ଗିର ଓ ଅତିଥି କଳାକାର ବ୍ୟାସଦେବ ପୁରୋହିତ ସମ୍ବର୍ଦ୍ଧିତ ହୋଇଥିଲେ । ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର, କଳା ସଂଗଠକ ଜୟକୃଷ୍ଣ ମିଶ୍ର, ପରମାନନ୍ଦ ମାଝୀ, ସୁଦାମ ବିଶି ଜିଲ୍ଲା କଳା ସଂସ୍କୃତି ସଂଘ ସଭାପତି, ଗୋଲାପ ବାଗ ବ୍ଲକ କଳା ସଂସ୍କୃତି ସଂଘ ସଭାପତି, ଧରଣୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଞ୍ଜୟ ଆନନ୍ଦ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସରକାରଙ୍କ ସହଯୋଗରେ ବିଭିନ୍ନ ସାଂସ୍କୃତିକ ଦଳ ଭାଗ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ସ୍ୱାଗତିକା/ସମନ୍ୱୟ
