• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ପୁଣି ସେହି ପୁରୁଣା କଥା ଆମେ ଚେଷ୍ଟା କରୁଛୁ ଆରଏସପି ର ସମ୍ପ୍ରସାରଣ ନେଇ,ପି ଏମ ଓ ର ବିନା ହସ୍ତକ୍ଷେପରେ କୌଣସି କାମ ଅସମ୍ଭବ
Regional

ପୁଣି ସେହି ପୁରୁଣା କଥା ଆମେ ଚେଷ୍ଟା କରୁଛୁ ଆରଏସପି ର ସମ୍ପ୍ରସାରଣ ନେଇ,ପି ଏମ ଓ ର ବିନା ହସ୍ତକ୍ଷେପରେ କୌଣସି କାମ ଅସମ୍ଭବ

CliQ INDIA
Last updated: August 8, 2025 8:27 am
CliQ INDIA
Share
3 Min Read
SHARE

ରାଉରକେଲା, ୭ ଅଗଷ୍ଟ (ହି.ସ.)- ଆର ଏସ ପି ଏକ ଭଲ ଜାଗାରେ ହୋଇଛି, ଏହାର ଆଖପାଖରେ ଖଣି ଖାଦାନ ଭରପୁର ରହିଛି ଗମନାଗମନର ସୁବିଧା ରହିଛି ହେଲେ ୪.୫ଏମ ଟି ରୁ ୯ଏମଟି ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେଲେ ଯେଉଁ ସବୁ ସମସ୍ୟା ଲାଗି ରହିଛି ତାକୁ ସମାଧାନ କରିବାକୁ ଆରଏସପି ଡାଇରେକଟର ଇନଚାର୍ଜ ଓ ସେଲ ଚେୟାରମ୍ୟାନଙ୍କର ମଧ୍ୟ କ୍ଷମତା ନାହିଁ କିନ୍ତୁ ଆରଏସପି ର ଡାଇରେକ୍ଟର ଇନଚାର୍ଜ ଆଲୋକ ବର୍ମା କହିଛନ୍ତି ଆମେ ଚେଷ୍ଟା କରୁଛୁ ଖୁବ ଶୀଘ୍ର ହୋଇଯିବ କିନ୍ତୁ କେବେ ସୁଦ୍ଧା ଏହି କାମ ଆରମ୍ଭ ହୋଇ କେବେ ସରିବ ତାହା ସ୍ପଷ୍ଟ କରିନାହାନ୍ତି l ସେପଟେ ଏହିସବୁ ସମସ୍ୟାକୁ ଲକ୍ଷ୍ୟ କରି ପୁରାତନ ଅଧିକାରୀ ମାନେ କହିଛନ୍ତି ଯେ, ଏଠି ପ୍ରଧାନମନ୍ତ୍ରୀଙ୍କ ଅଫିସ ହସ୍ତକ୍ଷେପ ନକରିବା ଯାଏ କୌଣସି କାମ ଅସମ୍ଭବ. ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମିଡ଼ିଆ ସହ ଏକ ଭେଟ ଘାଟ ବେଳେ ଏହାର ମୁଖିଆ ଶ୍ରୀ ବର୍ମା କହିଛନ୍ତି, ଆମେ ୨୦୨୯ ସୁଦ୍ଧା କମ ମୂଲ୍ୟରେ ଇସ୍ପାତ ଉତ୍ପାଦନ ଲାଗି ସକ୍ଷମ ହେବାକୁ ଉଦ୍ୟମ କରୁଛୁ l ସେପଟେ କାରଖାନାର ସମ୍ପ୍ରସାରଣ ଲାଗି ଆବଶ୍ୟକ ହେଉଥିବା ୧୨୦୦ ଏକର ଜମି ଜବରଦଖଲରେ ରହିଛି ଯେଉଁଥିଲାଗି ୨ୟ ରେଳ ଲାଇନ ହୋଇପାରୁନି, ତଥାପି ଏହାର ସମାଧାନ ଲାଗି ଆମେ ଉଦ୍ୟମ ଜାରି ରଖିଛୁ l ତଥ୍ୟ ଯାହା କହୁଛି, ଆରଏସପି ସମ୍ପ୍ରସାରଣ ଲାଗି ମୁଖ୍ୟତଃ ୨ଟି ସମସ୍ୟା ରହିଛି, ପ୍ରଥମଟି ବାସଚ୍ୟୁତ ମାନଙ୍କୁ ଚାକିରୀ ଦ୍ଵିତୀୟଟି ହେଲା ଜବରଦଖଲ, ଜବରଦଖଲ ଵାଲା ବି ଚାକିରୀ ଓ ଥଇଥାନ ଦାବି କରୁଛନ୍ତି l ଏହି ସମସ୍ୟା ଗୁଡିକର ସମାଧାନ ଲାଗି ପ୍ରାୟ ୧୫ଶହରୁ ୨ହଜାର ଚାକିରୀ ଦେବାର ଆବଶ୍ୟକତା ରହିଛି କିନ୍ତୁ ଚାକିରୀକୁ ଯଦି ଦେଖାଯାଏ ଆରଏସପି ରେ ଆଉ ନିଯୁକ୍ତି ପ୍ରାୟ ନାହିଁ କାରଖାନାର ଫରନେସ ଠାରୁ ଅନେକ ବିଭାଗ ଓ ଆଇଜିଏଚ ର ମଧ୍ୟ ଅନେକାଂଶରେ ଘରୋଇକରଣ ସରିଲାଣି, ଏଭଳି କ୍ଷେତ୍ରରେ ଯେଉଁଠି ଖୋଦ ଡି ଆଈ ସି ଓ ତାଙ୍କ ସେଲ ଚେୟାରମ୍ୟାନଙ୍କର ଚାକିରୀ ଦେବାର କ୍ଷମତା ନାହିଁ ସେଠି ଏ ସମସ୍ୟାର ସମାଧାନ ଏମାନେ କରିବେ କେମିତି ବୋଲି ପୁରାତନ ଅଧିକାରୀ ମାନେ ପ୍ରଶ୍ନ କରିଛନ୍ତି l ବାସଚ୍ୟୁତଙ୍କୁ ଚାକିରୀ ଦେବାଲାଗି ଆର୍ଡିସିଙ୍କ ସମେତ ଜିଲ୍ଲାର ଅଧିକାରୀ ମାନେ କହିବା ସତ୍ୱେ ଆରଏସପି ରେ ଚାକିରୀ ଦିଆଗଲା ନାହିଁ ଆଜି ବି ସେମାନେ ଆନ୍ଦୋଳନ କରୁଛନ୍ତି l ସେପଟେ ଜବରଦଖଲକୁ ଯଦି ଦେଖାଯାଏ ୬୫ବର୍ଷ ତଳେ ଆରଏସପି କରିଥିବା ରେଳ ଲାଇନକୁ ମଧ୍ୟ ଲୋକେ ମାଡି ବସିଛନ୍ତି ଏମାନଙ୍କ ଭିତରେ ଅନେକ ଆଦିବାସୀ ଅଛନ୍ତି, ଏମାନଙ୍କ ଲାଗି ପେସା ଆଇନ ରହିଛି l ତେଣୁ ଏ ଯାଗାରେ ହାତ ମାରିବା ଅସମ୍ଭବ. ୧୨୦୦ ଏକର ଜାଗା ଆଜି ଧୀରେ ଧୀରେ ଜବରଦଖଲ ହୋଇଗଲା କିନ୍ତୁ ବାବୁ ମାନେ କିଛି କଲେ ନାହିଁ ଜର୍ମାନ କ୍ଲବରେ ମଜାମାରି ଚାକିରୀ ସାରିଦେଲେ ଏବେ ଜବରଦଖଲ ଲାଗି ପ୍ରକଳ୍ପ ଅଟକି ରହିଛି l ତେବେ ଏହି ୩୦ହଜାର କୋଟି ଟଙ୍କାର ପ୍ରକଳ୍ପ ୩ବର୍ଷ ଆଗରୁ ଆସିଲାଣି ନବୀନ ସରକାର ବେଳେ ବିଶ୍ୱକପ ହକି ଲାଗି ସେତେବେଳେ ପାଣ୍ଡିଆନ ବାବୁ ସେଲ ର ହକି ପଡିଆ ମାଗି ବିଫଳ ହେବାରୁ ପ୍ରାୟ ୧୫ଶହ କୋଟି ଖର୍ଚ୍ଚରେ ହକି ପଡିଆ କରି ସେଠି ଖେଳ ହେଲା l ସେଲ ପଡିଆ ମିଳିଥିଲେ ୩୦୦କୋଟିରେ କାମ ଚଳିଥାନ୍ତା କିନ୍ତୁ ୧୫ଶହ କୋଟି ଓଡିଶା ସରକାରର ଖର୍ଚ୍ଚ ହେଲା, ତେଣୁ ସେତେବେଳେ ସେଲ ଅଧ୍ୟକ୍ଷ ଯେତେ ଓଡିଶା ସରକାର ପାଖକୁ ଏହି ଜବରଦଖଲ ସମସ୍ୟା ଲାଗି ଦୌଡିଲେ ମଧ୍ୟ କେହି କିଛି ଶୁଣିଲେନି ଓ ଆଦିବାସୀ ପଲିଟିକ୍ସରେ ହାତ ମାରିଲେ ନାହିଁ, ବର୍ତମାନ ସରକାର ରେ ମଧ୍ୟ ଜଣେ ଆଦିବାସୀ ନେତା ସରକାରର ମୁଖ୍ୟ ତେଣୁ ସେ ମଧ୍ୟ ଏତେ ସହଜରେ ଏଠି ହାତ ମାରିବେ ନାହିଁ, ତେଣୁ ଉଭୟ ବାସଚ୍ୟୁତ ଓ ଜବର ଦଖଲ ସମସ୍ୟା ଲାଗି ଚାକିରୀର ଅଵଶ୍ୟକତା ରହିଛି l ଏହାକୁ କେବଳ ପ୍ରଧାନମନ୍ତ୍ରୀଙ୍କ ଅଫିସ ହିଁ ଚାହିଁଲେ କିଛି କରିହେବ, ତେଣୁ ପି ଏମ ଓ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ ଯାଇ ଏହି ସମସ୍ୟାର ସମାଧାନ ହେବ ବୋଲି ପୁରାତନ ସେଲ ଅଧିକାରୀ ମାନେ ମତ ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ

You Might Also Like

ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଧାନ ପଞ୍ଜିକରଣରୁ ଚାଷୀଙ୍କୁ ବଞ୍ଚିତ କରାନଯାଉ- ସାରଦା ଜେନା
ଲୋକଙ୍କ ଘର ବାରଣ୍ଡା ରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର
ଚିଲିକାରେ ପ୍ରଦୂଷଣ କମାଇବାକୁ ଚାଲିବ ସୌରଚାଳିତ ବୋଟ୍ ଓରେଡା ତରଫରୁ ପ୍ରସ୍ତାବ ଉପସ୍ଥାପନ
ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଂଶଗ୍ରହଣ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସଂସଦରେ ଏସଆଇଆର ଉପରେ ହଙ୍ଗାମା ଜାରି, କାର୍ଯ୍ୟ ପ୍ରଭାବିତ
Next Article ଦେଶର ଗ୍ରାମାଂଚଳରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁହାର ହ୍ରାସ ପାଇଛି : ଅନୁପ୍ରିୟା ପଟେଲ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?