ଭୁବନେଶ୍ୱର, 4 ଜାନୁଆରୀ (ହି.ସ.) – ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଚିଠି ଲେଖି ଜଣାଇଛି । ଗଣତନ୍ତ୍ର ଦିବସରେ ମୋଟ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମଡେଲ ଚୂଡ଼ାନ୍ତ ହୋଇଛି । ମଡେଲ ମନୋନୀତ ସହ, ଏ ସଂପର୍କିତ ଗାଇଡଲାଇନ ନେଇ ଚିଠି ଜାରି କରିଛି ମନ୍ତ୍ରାଳୟ । ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ
