
ଭୁବନେଶ୍ୱର, 03 ନଭେମ୍ବର – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୟନ୍ତୀ ଅବସରରେ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଦୂରଦୃଷ୍ଟିସମ୍ପନ୍ନ ନେତା ତଥା ଭାରତର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସ୍ୱାଧୀନତା ସଂଗ୍ରାମ ଏବଂ ଆମର ସମ୍ବିଧାନର ଡ୍ରାଫ୍ଟରେ ତାଙ୍କର ଅବଦାନ ଅବିସ୍ମରଣୀୟ | ରାଜେନ୍ଦ୍ରପ୍ରସାଦଙ୍କ ଆଦର୍ଶ ସବୁବେଳେ ଏକ ପ୍ରେରଣା ହୋଇ ରହିବ |
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
