
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଥମ ଓଡ଼ିଆ ଶହୀଦ, ବିପ୍ଳବୀ ବୀର ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଅମାପ ଦେଶପ୍ରେମ, ନିର୍ଭୀକ ସଂଗ୍ରାମୀ ଜୀବନ ଚିରଆଦର୍ଶ ହୋଇ ରହିଛି। ମାଟି ମା’ର ସେବା ତଥା ସୁରକ୍ଷା ପାଇଁ ତାଙ୍କର ବଳିଦାନ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
