ଭୁବନେଶ୍ୱର, 18 ଡିସେମ୍ବର – ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ‘ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସମ୍ବିଧାନ ସୁରକ୍ଷାରେ ବାମପନ୍ଥୀଙ୍କ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସିପିଆଇର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡି. ରାଜା ଉଦ୍ବୋଧନ ଦେଇ ଭାରତର ସ୍ୱାଧୀନତା ଆନ୍ଦୋଳନରେ କେବେ ଅଂଶଗ୍ରହଣ କରିନଥିବା ସାମ୍ପ୍ରଦାୟିକ ଶକ୍ତିମାନେ ଏକଚାଟିଆ କର୍ପୋରେଟ୍ ପୁଞ୍ଜିପତିଙ୍କ ସହିତ ହାତ ମିଳାଇ ଦେଶର ଶାସନ କ୍ଷମତା ହାତେଇବା ପରେ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସମ୍ବିଧାନ ବିପନ୍ନ ହୋଇଛି । ଦେଶର ଜନଗଣଙ୍କ ମୌଳିକ ଆବଶ୍ୟକତାକୁ କ୍ଷୁର୍ଣ୍ଣ କରି ରାହୁ ପୁଞ୍ଜିପତିମାନଙ୍କୁ ଲାଭାନ୍ୱ ିତ କରାଇଛନ୍ତି । ଦେଶର ସାମ୍ବିଧାନିକ ସଂସ୍ଥା ଯଥା ନିର୍ବାଚନ କମିଶନ, ବିଚାର ବ୍ୟବସ୍ଥା, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇତ୍ୟାଦି ସାର୍ବଭୌମ ସଂସ୍ଥାମାନଙ୍କର ସ୍ୱାୟତ୍ତତାରେ ହସ୍ତକ୍ଷେପକରି ସଂଘୀୟ ବ୍ୟବସ୍ତା ଉପରେ ଆକ୍ରମଣ କରି ସାମ୍ପ୍ରଦାୟିକ ବିଭାଜନକାରୀ ଗୁପ୍ତ ଏଜେଣ୍ଡାକୁ ଜନଗଣଙ୍କ ଉପରେ ଲଦି ଦେଇଛନ୍ତି । ଅଭିବ୍ୟକ୍ତିର ଅଧିକାରକୁ ପଦଦଳିତ କରି ବିରୋଧୀ ରାଜନେତା ଓ ବୁଦ୍ଧିଜୀବୀଙ୍କ ଉପରେ ମିଥ୍ୟା ମକଦ୍ଦମା ଓ ବିନାବିଚାରରେ ଜେଲ୍ରେ ରଖିଛନ୍ତି ବୋଲି କହିଥିଲେ । ଜନଗଣଙ୍କ ସାମ୍ବିଧାନିକ ମୂଲ୍ୟବୋଧ ବିପଦରେ ପଡ଼ିଥିବାର ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ବିପନ୍ନ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସଂବିଧାନର ସୁରକ୍ଷା ପାଇଁ ବାମପନ୍ଥୀ ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନେ ରାଜନୈତିକ ମତ ପାର୍ଥକ୍ୟ ସତ୍ୱେ ଐକ୍ୟବଦ୍ଧ ହୋଇ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ପରାଜିତ କରିବା ପାଇଁ ଡି. ରାଜା ଆହ୍ୱାନ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
