ଭୁବନେଶ୍ୱର, 2 ଡିସେମ୍ବର (ହି.ସ.)- 4 ଚକିଆଙ୍କୁ କଳା
କାଚ ଅଡୁଆ । ଚାରି ଚକିଆ କାରରେ କଳା ରଙ୍ଗର ଫିଲ୍ମ ଲଗାଇଲେ ହେଉଛି କାର୍ଯ୍ୟାନୁଷ୍ଠାନ । 4 ଜାନୁଆରୀ 2024 ଠାରୁ 31 ଅକ୍ଟୋବର 2025ମଧ୍ୟରେ 214 ଟି କଳା ରଙ୍ଗର ଫିଲ୍ମ ଲଗାଇଥିବା ମାଲିକଙ୍କ
ବିରୁଦ୍ଧରେ ହୋଇଛି ଇ –ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ 162 ଟି ଗାଡି ଅନ୍ତର୍ଭୁକ୍ତ । 20ଟି ଗାଡି ମାଲିକଙ୍କୁ ଠାରୁ 5 ସହ ଟଙ୍କା ହିସାବରେ 1 ଲକ୍ଷ ଟଙ୍କା
ଜୋରିମାନା ଆଦାୟ ହୋଇଛି । ଅବଶିଷ୍ଟ 194 ଟି ଗାଡି
ମାଲିକଙ୍କ ବିରୁଦ୍ଧରେ ପ୍ରଶିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ବିଚାର ପାଇଁ ଅଛି । ଗୃହରେ
ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଉତ୍ତର ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
