• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଋଣ ମେଳାରେ ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ ଓ ଅନୁଗୋଳର ଲାଭାର୍ଥୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
Regional

ଋଣ ମେଳାରେ ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ ଓ ଅନୁଗୋଳର ଲାଭାର୍ଥୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

CliQ INDIA
Last updated: January 21, 2024 4:36 am
CliQ INDIA
Share
4 Min Read
SHARE

ଓଡ଼ିଶାର ୪ଟି ଜିଲ୍ଲାର ୨ ଲକ୍ଷ ୬୬ ହଜାର ଲାଭାର୍ଥୀଙ୍କୁ ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଢେଙ୍କାନାଳଭୁବନେଶ୍ୱର, 20 ଜାନୁଆରୀ (ହି.ସ.) – ସମ୍ବଲପୁର ଏବଂ ଢେଙ୍କାନାଳରେ ଭାରତ ସରକାରଙ୍କ ତରଫରୁ ଶନିବାର ଅନୁଷ୍ଠିତ ପୃଥକ ପୃଥକ ‘ଋଣ ମେଳା’ ତଥା ‘କ୍ରେଡିଟ୍ ଆଉଟରିଚ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ୪ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ ଓ ଅନୁଗୋଳର ୨ ଲକ୍ଷ ୬୬ ହଜାର ୧୮୬ ଲାଭାର୍ଥୀଙ୍କୁ ୪ ହଜାର ୮୨୬ କୋଟି ତଥା ପ୍ରାୟ ୫ ହଜାର କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ହିତାଧିକାରୀ ମାନଙ୍କୁ ଏହି ଋଣ ପ୍ରଦାନ କରିଛନ୍ତି ।

ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀରାମ ବାନରସେନା ମାଧ୍ୟମରେ ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ ପାଇଁ ରାମସେତୁ ନିର୍ମାଣ କରାଇଥିଲେ । ସେହିପରି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦାରିଦ୍ର୍ୟକୁ ହ୍ରାସ କରି ଲୋକ ମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କୁ ସ୍ୱାଭିମାନୀ କରିବା ପାଇଁ ବଜ୍ର ପ୍ରତିଜ୍ଞା କରିଛନ୍ତି । ଆଜି ଋଣ ମେଳା ତାହାର ଏକ ପ୍ରତିଫଳନ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । ଅନୁରୂପ ଭାବରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧ ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । କ୍ଷୁଦ୍ର ବ୍ୟବସାୟୀ, ମୁଦ୍ରା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ପିଏମ ସ୍ୱନିଧି, ଏମଏସଏମଇ ଋଣ, କିଷାନ କ୍ରେଡିଟ୍ କାର୍ଡ, ଫସଲ, ମତ୍ସ୍ୟ ଚାଷ ଓ ଏସଏଚଜି ଭଳି ଯୋଜନା ପାଇଁ ହିତାଧିକାରୀଙ୍କୁ ଋଣ ସହାୟତା ଦିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଏବଂ ବ୍ୟାଙ୍କ୍ ସମୂହକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂର୍ବରୁ ଓଡ଼ିଶାରେ ଋଣ ସହାୟତା ୬୭ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହା ତିନି ଗୁଣା ବୃଦ୍ଧି ପାଇ ୨ ଲକ୍ଷ ୧୪ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ୪୩୩୮ଟି ବ୍ୟଙ୍କ୍ ଥିଲା । ଏବେ ଓଡ଼ିଶାରେ ବିଗତ ୧୦ ବର୍ଷ ଭିତରେ ୧୫୦୦ରୁ ଅଧିକ ବ୍ୟାଙ୍କ୍ ସୃଷ୍ଟି ହୋଇଛି । ଓଡ଼ିଶାରେ ପୂର୍ବରୁ ୧୦୦ ଟଙ୍କା ଜମା କଲେ ୩୦ ରୁ ୩୫ ପ୍ରତିଶତ ଋଣ ଦିଆଯାଉଥିଲା । ମୋଦି ସରକାରରେ ୧୦୦ ଟଙ୍କା ଜମା ମୂଲ୍ୟରେ ହାରାହାରି ୬୧ ପ୍ରତିଶତ ଋଣ ଦିଆଯାଉଛି । ମୋଦି ସରକାରଙ୍କ ସଫଳ ନୀତି ଓ କଲ୍ୟାଣକାରୀ ଯୋଜନା କାରଣରୁ ଦେଶର ୨୪.୮ କୋଟି ଏବଂ ଓଡ଼ିଶାର ପ୍ରାୟ ୧ କୋଟି ଲୋକ ଦ୍ରାରିଦ୍ରରୁ ମୁକ୍ତ ହୋଇ ବିକାଶ ସହ ଯୋଡ଼ି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗରିବ, ମହିଳା, ଚାଷୀ ଓ ଯୁବକଙ୍କ ସମେତ କୌଳିକ ବୃତିଧାରୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ସହାୟତା ଦିଆଯାଉଥିବା ଦ୍ୱାରା ସେମାନେ ଆତ୍ମନିର୍ଭର ହେଉଛନ୍ତି । ସମ୍ପନ୍ନତା ଆସିଲେ ସ୍ୱାଭିମାନ ଆସେ । ସ୍ୱାଭିମାନ ଆସିଲେ ସ୍ୱରାଜ୍ୟ ଆସେ । ସ୍ୱରାଜ୍ୟକୁ ହିଁ ରାମ ରାଜ୍ୟ କୁହାଯାଏ । ସମାଜରେ ସନ୍ତୁଳିତ ବିକାଶ ଆଣିବା ପାଇଁ ମୋଦି ସରକାର ବଦ୍ଧପରକର । ମୋଦି ଅଛନ୍ତି ମାନେ ସବୁ ସମ୍ଭବ । ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ । ବ୍ୟାଙ୍କରେ ଖାତା ଖୋଲି ପାରୁନଥିଲେ । ଆଜି ମୋଦି ସରକାରରେ ଏହା ପରିବର୍ତନ ହୋଇଛି । ଗରିବ ଲୋକଙ୍କ ବ୍ୟାଙ୍କ ଖାତା ଖୋଲା କରାଇ ସେମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆର୍ôଥକ ସହାୟତା ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଗ୍ୟାରେଂଟି ଦେଇଛନ୍ତି ।

ଏହି ଅବସରରେ ଆଇଆଇମ୍ ସମ୍ବଲପୁରରେ ଭାରତର ସର୍ବପ୍ରଥମ ‘କ୍ରାଫ୍ଟ ଇନକ୍ୟୁବେସନ ସେଣ୍ଟର’ର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ବୟନଶିଳ୍ପରେ କାମ କରୁଥିବା ମାତୃଶକ୍ତି ମାନଙ୍କୁ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଆଜିର ଏହି ବ୍ୟବସ୍ଥା ସମ୍ବଲପୁର ସମେତ ଆଖପାଖ ଅଂଚଳର ମହିଳା ବୁଣାକାରଙ୍କୁ ଦକ୍ଷ କରିବା ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ । ବୁଣାକାର ଆଗକୁ ଗଲେ ହିଁ ଅଂଚଳ ବିକଶିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।

ଋଣ ମେଳା କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱ ଗରିବ, ମହିଳା, କୃଷକ ଓ ଯୁବକମାନଙ୍କୁ କମ୍ ସୁଧରେ ଋଣ ଯୋଗାଇ ଦିଆଯାଉଛି, ଯାହା ସେମାନଙ୍କୁ ଆତ୍ମନିର୍ଭର କରିବା ସହିତ ସେମାନଙ୍କୁ ଆର୍ôଥକ ଶକ୍ତି ପ୍ରଦାନ କରୁଛି । ଏହି କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ ଦେଶର ଗରିବ, କୃଷକ, ମହିଳା, ଯୁବକ, କ୍ଷୁଦ୍ର ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦେଶର ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆର୍ôଥକ ଶକ୍ତି ଯୋଗାଇବା ସହିତ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାରେ ବରଦାନ ସାବ୍ୟସ୍ତ ହେଉଛି ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ

You Might Also Like

ସମାଜସେବୀ ପାର୍ବତୀ ଗିରିଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ – ଜୟନାରାୟଣ ମିଶ୍ର
ନକଲି ଔଷଧ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍
ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ପିଏମ ମୋଦିଙ୍କ ବିହାର ଗସ୍ତରୁ ନିର୍ବାଚନୀ ଅଭିଯାନର ଆରମ୍ଭ କରିବ ବିଜେପି
Next Article ବିଜେପି ନେତା ଚନ୍ଦ୍ରେଶ ସିଂହଙ୍କ ବିୟୋଗ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?