• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ଉତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ
Regional

ଉତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ

CliQ INDIA
Last updated: December 12, 2025 11:00 am
CliQ INDIA
Share
3 Min Read
SHARE

ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ମୂଲ୍ୟବୋଧରେ ପରିଚାଳିତ ଏବଂ ଜ୍ଞାନ ଦ୍ୱାରା ସୂଚିତ ଉତ୍ତମ ପରିଚାଳନା ଜାତୀୟ ବିକାଶ ପଛରେ ଅନ୍ୟତମ ପ୍ରଭାବଶାଳୀ ଶକ୍ତି ଅଟେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଗୁରୁବାର ଦିନ ସୋଆ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଂଟ ସ୍କୁଲ୍ସ ର ବାର୍ଷିକ ମ୍ୟାନେଜମେଂଟ ସମ୍ମିଳନୀ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି ।

ଏହି ସମ୍ମିଳନୀରେ ଯୋଗଦେବା ଏକ ସୌଭାଗ୍ୟର ବିଷୟ ବୋଲି ରାଜ୍ୟପାଳ କହିବା ସହିତ ଏହା ପରିଚାଳନା ଶିକ୍ଷାକୁ ସୁଦୃଢ଼ କରିବା ଏବଂ ପରବର୍ତ୍ତୀ ପିଢ଼ିର ନେତାମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଭାରତର ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ବର୍ଣ୍ଣନା କରିଥିଲେ। ପୂର୍ବ ଭାରତରେ ଶିକ୍ଷା, ଗବେଷଣା ଏବଂ ନବସୃଜନର କେନ୍ଦ୍ର ଭାବେ ଭୁବନେଶ୍ୱରର ଆବିର୍ଭାବକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ଶିକ୍ଷାର ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଶିକ୍ଷା ହେଉଛି ଏପରି ଶକ୍ତି ଯାହା ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଇଥାଏ। ଏହା ବ୍ୟକ୍ତିବିଶେଷଙ୍କୁ ସଶକ୍ତ, ଗୋଷ୍ଠୀକୁ ମଜବୁତ ଏବଂ ଦେଶକୁ ସ୍ପଷ୍ଟତାର ସହିତ ଆହ୍ୱାନର ସମ୍ମୁଖୀନ କରିବାକୁ ସକ୍ଷମ କରିଥାଏ। ଉଦ୍ୟୋଗ, ଶିଳ୍ପ, ସେବା ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦକ୍ଷ ନେତୃତ୍ୱଙ୍କ ଦ୍ୱାରା ପରିଚାଳିତ ହେଉଛି ଯାହାଙ୍କ ଶିକ୍ଷା ସେମାନଙ୍କୁ ଯୋଜନା, ପରିଚାଳନା, ନବସୃଜନ ଏବଂ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରିଛି।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଦ୍ରୁତ ଗତିରେ ପରିବର୍ତିତ ବିଶ୍ୱର ଚାହିଦା ପୂରଣ କରିବା ପାଇଁ ଭାରତରେ ପରିଚାଳନା ଶିକ୍ଷା ଏକ ବଡ଼ ପରିବର୍ତନ ଦେଇ ଗତି କରୁଛି। ଶିକ୍ଷାନୁଷ୍ଠାନଗୁଡ଼ିକ କୃତ୍ରିମ ବୁଦ୍ଧିମତା, ମେସିନ୍ ଲର୍ଣ୍ଣିଂ, ବିଗ୍ ଡାଟା ଏବଂ ଡିଜିଟାଲ୍ ଉପକରଣଗୁଡ଼ିକୁ ବୁଦ୍ଧିମତା, ଦଳଗତ କାର୍ଯ୍ୟ, ନେତୃତ୍ୱ ଏବଂ ନୈତିକ ଚିନ୍ତାଧାରା ସହିତ ଏକୀକୃତ କରୁଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଜଟିଳ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ପାରୁଛନ୍ତି।

ଓଡ଼ିଶା ଉପରେ ଦୃଷ୍ଟି ଆକର୍ଷଣ କରି ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟ ଏହାର ଶିକ୍ଷାଗତ ଭିତିଭୂମିକୁ ବିସ୍ତାର କରୁଛି, ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରୁଛି ଏବଂ ଦକ୍ଷ ମାନବ ସମ୍ବଳକୁ ପୋଷଣ କରିବା ପାଇଁ ଏକ ପରିବେଶ ପ୍ରଣାଳୀ ନିର୍ମାଣ କରୁଛି। ଓଡ଼ିଶା ଆଧୁନିକ ମହତ ଆକାଂକ୍ଷା ଏବଂ କାଳଜୟୀ ଐତିହ୍ୟର ଅନନ୍ୟ ମିଶ୍ରଣ । ଏହାର ମନ୍ଦିର ଏବଂ ପର୍ବପର୍ବାଣୀ ଓ ପ୍ରାକୃତିକ ସମ୍ପଦ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଏହା ପର୍ଯ୍ୟଟନ, ଶିଳ୍ପ ଏବଂ ନବସୃଜନ ପାଇଁ ସୁଯୋଗ ପ୍ରଦାନ କରୁଛି।

ଭାରତର ଭବିଷ୍ୟତ ଗଠନରେ ପରିଚାଳନା ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରି ରାଜ୍ୟପାଳ କହିଥିଲେ ଯେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଦାୟିତ୍ୱବାନ ନେତୃତ୍ୱକୁ ପ୍ରୋତ୍ସାହିତ କରିବା, ଜ୍ଞାନକୁ ପ୍ରଗତିଶୀଳ କରିବା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ଭାରତକୁ ସ୍ଥାୟୀ ପ୍ରଗତି ଦିଗରେ ମାର୍ଗଦର୍ଶନ ଦେବ।

ଭାରତ ସରକାରଙ୍କ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ ଏବଂ ଏଆଇଏମ୍‌ଏସ୍ ବାର୍ଷିକ ସମ୍ମିଳନୀ ୨୦୨୫ ର ସମ୍ମିଳନୀ ନିର୍ଦ୍ଦେଶକ ଇଂ ସରୋଜ କୁମାର ସାହୁ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଆଇଏମ୍‌ଏସ୍ ଭୁବନେଶ୍ୱରର ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟର ପ୍ରୋ- ଭାଇସ ଚାନସେଲର ପ୍ରଫେସର ଅନୁପ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ରାସଗୋବିନ୍ଦପୁର ଗସ୍ତରେ ଯାଇ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ତଦାରଖକଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ | BulletsIn
ଦେଶବାସୀଙ୍କୁ ଧନତେରାସର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ | BulletsIn
ଓଡ଼ିଶାର ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଂଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କଲେ କେନ୍ଦ୍ର ସରକାର
କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗ୍ରାମାଞ୍ଚଳ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ହୀରାକୁଦ ଏବଂ ସାତକୋଶିଆର ବିକାଶ ପାଇଁ ୧୯୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର
Next Article ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅବସ୍ଥା ସଙ୍କଟାପନ୍ନ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?