ଭୁବନେଶ୍ୱର, 9 ଅଗଷ୍ଟ (ହି.ସ.)- ଆଲେଖ୍ୟ ମାଧ୍ୟମରେ ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଲେଖ୍ୟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବିଗତ କିଛିଦିନରେ ରାଜ୍ୟରେ କିଛି ଭଉଣୀଙ୍କର
ଆତ୍ମଦାହର କରୁଣ ଘଟଣା ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର
ଦୋଷୀକୁ ଖୋଜି ଦଣ୍ଡଦେବାପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା ମୋ ସରକାର କରିନାହିଁ। ଗତ ୨୫
ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି । ମୋର ପ୍ରିୟ ଓଡ଼ିଶାବାସୀ ବିଗତ ୨୪ ବର୍ଷ ଓ
ମୋର ଗୋଟିଏ ବର୍ଷରେ ମହିଳା ସୁରକ୍ଷା ଓ ସମ୍ମାନର ସତ୍ୟତାକୁ ଥରେ ନିଜେ ନିଜ ମନରେ ବିଚାର
କରିବାପାଇଁ ଅନୁରୋଧ କରୁଛି । ମୁଁ ତର୍କ କରିବାକୁ ଚାହୁଁନି । ୨୪ ବର୍ଷ ବନାମ ୧ ବର୍ଷର ଘଟଣା
କ୍ରମର ପ୍ରମାଣ ଓଡ଼ିଆ ଲୋକଙ୍କ ପାଖରେ ଅଛି । ମୋର ସୁଭଦ୍ରା ସ୍ବରୂପ ଭଉଣୀମାନେ ଭଲଭାବରେ
ବୁଝିଛନ୍ତି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମୋର ସୁଭଦ୍ରାସ୍ବରୂପା ରୂପା ଭଉଣୀମାନଙ୍କୁ
ପ୍ରତିଶ୍ରୁତି ଦେଉଛି। ମୋ ସରକାର ସରକାର ପୀଡ଼ିତାଙ୍କ ପରିବାରକୁ ଖାଲି ନ୍ୟାୟ ଦେବାର
ପ୍ରତିଶ୍ରୁତି ଦେଇନି, ବରଂ ସେମାନଙ୍କ ସହ ଏହି
ପରିବାରର ସଦସ୍ୟ ରଳି ଠିଆ ହୋଇଛି। ରାକ୍ଷୀ
ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ
ବରଂ ଜଣେ ଭାଇ ଭାବରେ ମୁଁ କହିବାକୁ ଚାହେଁ ଯେ ଆ ଆପଣଙ୍କ ସୁରକ୍ଷା ଓ ସମ୍ମାନ ପାଇଁ
ଆମେ ଆମେ ବଦ୍ଧ ବଦ୍ଧପରିକର ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
