ଅଲୱର, 21 ନଭେମ୍ବର (ହି.ସ.)- ରାଜସ୍ଥାନରେ ରାଜନୈତିକ ମାହେଲ ସରଗରମ ରହିଛି । ପୂରା ରାଜସ୍ଥାନରେ ବିଜେପି କଂଗ୍ରେସ ସହିତ ଅନ୍ୟ ଦଳର ଜାତୀୟ ନେତା ଓ ଷ୍ଟାର ପ୍ରଚାରକ ଲଗାତର ଭାବେ ପ୍ରଚାର କରୁଛନ୍ତି । ଆଜି ଅଲୱର ଜିଲ୍ଲାର ଖୈରଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିଛନ୍ତି । ଏଠାରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ଅମିତ ଶାହ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମର ସରକାରରେ ଦଙ୍ଗା ହୁଏ ନାହିଁ କିନ୍ତୁ ଦଙ୍ଗା କରୁଥିବା ଲୋକଙ୍କୁ ଜେଲ୍ ପଠାଇ ଦିଆଯାଏ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ହେଉଛି ଡବଲ ଇଞ୍ଜିନ ସରକାର ଗଢ, ଦଙ୍ଗା କରିବା ଲୋକ ରାଜସ୍ଥାନ ଛାଡି ଚାଲିଯିବେ । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ମଧ୍ୟ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
