ନୂଆଦିଲ୍ଲୀ, 24 ଅଗଷ୍ଟ (ହି.ସ.)
– ଭାରତ ଏକ ବଡ଼
ସଫଳତା ହାସଲ କରି ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା
ଅନୁସନ୍ଧାନ ଓ ବିକାଶ ସଂଗଠନଓଡ଼ିଶା ଉପକୂଳରୁ ଅଗଷ୍ଟ 23 ତାରିଖ ଦିନ
12ଟା 30ମିନିଟ୍ ସମୟରେ ଏହାର ସଫଳ ପରୀକ୍ଷଣ କରିଛି ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ
ସିଂହ ରବିବାର ଏକ୍ସମାଧ୍ୟମରେ ଏହି ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ,
ଏହି ପରୀକ୍ଷଣ ଦେଶର ବହୁସ୍ତରୀୟ ବାୟୁ ସୁରକ୍ଷା
କ୍ଷମତାକୁ ପ୍ରମାଣ କରିଛି। ଏହା ଶତ୍ରୁଙ୍କ ଆକାଶ ଆକ୍ରମଣର ବିରୋଧରେ ଦେଶର ଅଞ୍ଚଳିକ ସୁରକ୍ଷାକୁ
ଆହୁରି ସୁଦୃଢ଼ କରିବ।
ଇଣ୍ଟିଗ୍ରେଟେଡ ଏୟାର
ଡିଫେନ୍ସ ଅସ୍ତ୍ର ପ୍ରଣାଳୀ ହେଉଛି ଏକ ବହୁସ୍ତରୀୟ ବାୟୁ ସୁରକ୍ଷା ପ୍ରଣାଳୀ,
ଯେଉଁଥିରେ ଅନେକ ଦେଶୀ ମିସାଇଲ ଓ ଶକ୍ତିଶାଳୀ ଲେଜର
ଅସ୍ତ୍ର ଥାଏ। ଏହି ପ୍ରଣାଳୀ ଶତୃ ପକ୍ଷର ଯୁଦ୍ଧ ବିମାନ, ଡ୍ରୋନ ଆକ୍ରମଣ, ହେଲିକପ୍ଟର ଦ୍ୱାରା
ହୋଇଥିବା ଆକ୍ରମଣ ସହିତ ସମସ୍ତ ପ୍ରକାରର ବାୟୁ ଆକ୍ରମଣକୁ କେବଳ ବିଫଳ କରିପାରେନି,
ବରଂ ଶତୃଙ୍କର ଅସ୍ତ୍ରକୁ ଆକାଶରେ ଥିବାବେଳେ ଧ୍ଵଂସ
କରିପାରେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
