ଅଯୋଧ୍ୟା, 6 ଜାନୁଆରୀ (ହି.ସ.) ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାକୁ ଯେଉଁ ଦିବ୍ୟତା, ଭବ୍ୟତା ଓ ନଭ୍ୟତା ଅଭିମୁଖେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ନେଇଯାଉଛନ୍ତି, ତାର ଏବେ ଝଲକ ଦେଖିବାକୁ ମିଳିଛି । କେବଳ ନଗରର ବିକାଶ ହେଉନି, ଭଗବାନ ରାମଙ୍କ ଭବ୍ୟ ମନ୍ଦିର ଓ ତାଙ୍କ ମୂର୍ତ୍ତିରେ ଅଲୌକିକତାର ଦର୍ଶନ ହେବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହା ଉପରେ ବାଜିଛି ମୋହର ।
ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଏଭଳି ନିର୍ମାଣ କରାଯାଇଛି ଯେ, ପ୍ରତ୍ୟେକ ବର୍ଷ ରାମନବମୀରେ ଭଗବାନ ସୂର୍ଯ୍ୟ ସ୍ୱୟଂ ଶ୍ରୀରାମଙ୍କ ଅଭିଷେକ କରିବେ । ଭାରତର ପ୍ରଖ୍ୟାତ ମହାକାଶ ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ ମୂର୍ତ୍ତିର ଲମ୍ବ ଓ ଏହାକୁ ସ୍ଥାପିତ କରିବାର ଉଚ୍ଚତା ରଖାଯାଇଛି । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥି ଦ୍ୱିପ୍ରହର 12ଟା ବେଳେ ସୂର୍ଯ୍ୟଙ୍କ କିରଣ ପ୍ରଭୁ ଶ୍ରୀରାମଙ୍କ ଲଲାଟରେ ପଡିବ ।
ଖୁବ ସୂକ୍ଷ୍ମ ଭାବେ ନିର୍ମାଣ ହୋଇଛି ପ୍ରଭୁଙ୍କ ମୂର୍ତ୍ତି
ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ତିନିଜଣ ଶିଳ୍ପକାରଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭିନ୍ନ ଭିନ୍ନ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଯେଉଁଥିରୁ ଗୋଟିଏ ମୂର୍ତ୍ତି ଚୟନ କରାଯାଇଛି । ଚୟନ ହୋଇଥିବା ମୂର୍ତ୍ତିର ପାଦଠୁ ନେଇ ଲଲାଟ ପର୍ଯ୍ୟନ୍ତ ମୂର୍ତ୍ତିର ଉଚ୍ଚତା 51 ଇଞ୍ଚ ଏବଂ ଓଜନ ଦେଢଟନ ଅଟେ । ଶ୍ୟାମଳ ରଙ୍ଗ ପଥରରେ ନିର୍ମିତ ମୂର୍ତ୍ତିରେ କେବଳ ଭଗବାନ ରାମଙ୍କ ଦିବ୍ୟତା ଓ ଏକ ରାଜପୁତ୍ରର କାନ୍ତି ନୁହେଁ, ଏଥିରେ 5ବର୍ଷର ବାଳକର କୋମଳତା ବି ରହିଛି । ଚେହେରାରେ କୋମଳତା, ଚକ୍ଷୁର ଦୃଷ୍ଟି, ହସ, ଶରୀରକୁ ଧ୍ୟାନରେ ରଖି ମୂର୍ତ୍ତି ଚୟନ କରାଯାଇଛି । 51 ଇଞ୍ଚ ଉଚ୍ଚ ମୂର୍ତ୍ତିର ଉପର ମସ୍ତକ, ମୁକୁଟ ଓ ଆଭାମଣ୍ଡଳକୁ ବେଶ ସୂକ୍ଷ୍ମ ଭାବେ ପ୍ରସ୍ତୁତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
