ମୁମ୍ବାଇ, ୨୭ ଅକ୍ଟୋବର (ହି.ସ.)- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବବନରାଓ ଢାକନେଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ନିମୋନିଆେରେ ଅସୁସ୍ଥ ହୋଇ ବବନରାଓ ଢାକନେ ଗତ କିଛି ଦିନ ହେଲା ଅହମ୍ମଦନଗରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆସନ୍ତାକାଲି ଅର୍ଥାତ୍ ଶନିବାର ଅପରାହ୍ନରେ ପଗୋରୀ ପିମ୍ପଲଗାଁଓରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ସେ ୧୯୩୭ ମସିହା ନଭେମ୍ବର ୧୦ ତାରିଖରେ ମହାରାଷ୍ଟ୍ରର ଅକୋଲାରେ ଜନ୍ମଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
