ନୂଆଦିଲ୍ଲୀ, 06 ନଭେମ୍ବର (ହି.ସ.) – ଚାଲିଥିବା କ୍ରିକେଟ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ବିରାଟ କୋହଲି ଖେଳିଥିôବା ଏକ ସୁନ୍ଦର ଇନିଂସ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମ କ୍ରିକେଟ ଦଳ ପୁନର୍ବାର ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପାଇଁ ଦଳକୁ ଅଭିନନ୍ଦନ । ଚମତ୍କାର ଟିମୱର୍କ ।
ଆଜି ସୁନ୍ଦର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ଜନ୍ମଦିନରେ ଏକ ବଡ଼ ଉପହାର ମଧ୍ୟ ଦେଇଛନ୍ତି ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
