
ନୂଆଦିଲ୍ଲୀ, 19 ଡିସେମ୍ବର (ହି.ସ.) ଗୋଆ ମୁକ୍ତି ଦିବସ ଅବସରରେ ଗୋଆବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୋଆ ମୁକ୍ତି ଦିବସ ଅବସରରେ ସମସ୍ତ ଗୋଆବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆଜି ଦେଶ ସେହି ସହିଦଙ୍କୁ ପ୍ରଣାମ ଜଣାଉଛି, ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱକୁ ତ୍ୟାଗ କରିଛନ୍ତି । ଆମର ସ୍ୱାଧୀନତା ସଂଗ୍ରାମୀ ଓ ସଶସ୍ତ୍ର ବଳର ସାହସ ଓ ସଂଘର୍ଷ ଇତିହାସରେ ଲିପିବଦ୍ଧ ହୋଇରହିବ । ଗୋଆର ପ୍ରଗତି ଓ ଖୁସି କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
