
ଅହମଦାବାଦ, 9 ଜାନୁଆରୀ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଅଛନ୍ତି । ସେ ଏଠାରେ ଭାଇବ୍ରେଣ୍ଟ ଗୁଜରାଟ ସମିଟ ଓ ଅନ୍ୟ କାର୍ଯ୍ୟକ୍ରମରେ ଭାଗ ନେବେ । ଏହାସହିତ ପିଏମ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ ଜାୟଦ ଅଲ୍ ନାହୟାନଙ୍କ ସହିତ ରୋଡ୍ ଶୋ କରିବେ । ପିଏମ ମୋଦି ସୋମବାର ବିଳମ୍ବିତ ରାତିରେ ଗୁଜରାଟରେ ପହଞ୍ଚିଛନ୍ତି ।
ଅହମଦାବାଦରେ ପହଞ୍ଚିବା ପରେ ପିଏମ ମୋଦି ସୋସିଆଲ ମିଡିଆ ଏକ୍ସରେ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସେ ଅହମଦାବାଦରେ ପହଞ୍ଚିଛି । ଆଗାମୀ ଦୁଇଦିନ ସେ ଭାଇବ୍ରେଣ୍ଟ ଗୁଜରାଟ ସମିଟ୍ ଓ ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଭାଗ ନେବେ । ବହୁତ ଖୁସିରର କଥା ହେଉଛି ସମିଟରେ ବିଶ୍ୱର ଅନେକ ନେତା ଏଥିରେ ସାମିଲ ହେବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
