ନୂଆଦିଲ୍ଲୀ, 6 ଡିସେମ୍ବର (ହି.ସ.) – ସିପିଆର ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ନିର୍ମାଣ ଭବନରେ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ୍ ମେଡିକାଲ ସାଇନ୍ସ ଦ୍ୱାରା ଆୟୋଜିତ ରାଷ୍ଟ୍ରବ୍ୟାପୀ ସିପିଆର ସଚେତନା ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
