କୋଲକାତା, 28 ନଭେମ୍ବର (ହି.ସ.) କୋଲକାତାର ଧର୍ମତଲ୍ଲା ଅଞ୍ଚଳରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ କାଲି ଜନସଭା କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟନ୍ତ ପର୍ଯ୍ୟାୟରେ । ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ, ଧର୍ମତଲାରେ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ଜନସଭା ପାଇଁ 60 ଫୁଟ ଚଉଡାର ତ୍ରିସ୍ତରୀୟ ମଞ୍ଚ ପ୍ରସ୍ତୁତ କରାଯାଉଛି ।
ମଞ୍ଚ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହ ଓ ରାଷ୍ଟ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି ଉପସ୍ଥିତ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଞ୍ଚ ଉପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ରହିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
