ଆମେଠି, 6 ମଇ – ଉତ୍ତର ପ୍ରଦେଶର ଆମେଠି ଲୋକସଭା ସିଟରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ଏହି ସିଟରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ରାଜନୈତିକ ସରଗରମ ବଢିବାରେ ଲାଗିଛି । ଏଠାରେ ରବିବାର ବିଳମ୍ବିତ ରାତି ପ୍ରାୟ 11ଟା ବେଳେ ଯେତେବେଳେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା
ଏହି ଅଞ୍ଚଳରୁ ଜନସମ୍ପର୍କ ପରେ ଗୌରିଗଞ୍ଜରେ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଫେରି ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା ଓ କର୍ମୀମାନଙ୍କ ସହ ଏକ ବୈଠକ କରିଥିଲେ, ସେତେବେଳେ କାର୍ଯ୍ୟାଳୟ ବାହାରେ ରାସ୍ତାରେ ଠିଆ ହୋଇଥିବା ଗାଡିକୁ ଭଙ୍ଗା ରୁଜା କରିଥିଲେ । ଗାଡି ଭଙ୍ଗାରୁଜା କରିଥିବା ପ୍ରାୟ 6ଜଣ ଦୁର୍ବୃତ୍ତ ହାତରେ ଲାଠି ଧରିଥିଲେ ଏବଂ ଘଟଣା ପରେ ସେଠାରେ ପଳାଇଥିଲେ । ଏହି ଘଟଣାରେ ଗାଡିର କାଂ ଭାଙ୍ଗିବା ସହ ଗାହି ଭିତରେ ଥିବା ଡ୍ରାଇଭର ଓ କିଛି ଲୋକେ ଆହତ ହୋଇଛନ୍ତି ।
