ପାଣାଜୀ/ନୂଆଦିଲ୍ଲୀ, 6 ଫେବୃଆରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଗୋଆ ଗସ୍ତ କରିବେ । ଆଜି ପ୍ରାୟ ସାଢେ 10ଟାରେ ଓଏନଜିସି ସି ସର୍ଭାଇକଲ ସେଣ୍ଟର ଓ ପ୍ରାୟ 10.45 ମିନିଟ ସମୟରେ ଭାରତ ଉର୍ଜା ସପ୍ତାହ 2024ର ଉଦଘାଟନ କରିବେ । ଏହାପରେ ଦ୍ୱିପ୍ରହର ପ୍ରାୟ 2.45 ମିନିଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ, ବିକଶିତ ଗୋଆ କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଆ କାର୍ଯ୍ୟକ୍ରମ ନେଇ ବିଜେପି ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଜାରି କରାଯାଇଛି ।
