କୋଲକାତା, 16 ଏପ୍ରିଲ ଯାଜପୁର ବସ୍ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମମତା ବାନାର୍ଜୀ । ସୋସିଆଲ ମିଡିଆ ଏକ୍ସରେ ମମତା କହିଛନ୍ତି ଯେ, ଓଡ଼ିଶାର ଯାଜପୁରରେ ଘଟିଥିବା ଦୁଃଖଦ ବସ୍ ଦୁର୍ଘଟଣା ମାମଲାରେ, ଯେଉଁଠାରେ ପଶ୍ଚିମବଙ୍ଗର କିଛି ଭାଇ ଓ ଭଉଣୀ ପ୍ରଭାବିତ ହୋଇଛନ୍ତି । ଆମ ପକ୍ଷରୁ ସହଯୋଗ ଓ ସମନ୍ୱୟ ପାଇଁ ଆମର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷଙ୍କୁ ପଠାଯାଇଛି । ଏହି ଦୁଃଖ ସମୟରେ ଆମ ଲୋକଙ୍କୁ ସାହାଯ୍ୟ ଓ ସମନ୍ୱୟ ପାଇଁ ସେ କାର୍ଯ୍ୟ କରୁଛନ୍ତି ।
