
ହୈଲାକାନ୍ଦୀ, 16 ନଭେମ୍ବର : ଆସାମ ପୋଲିସ 56ବସ୍ତା ବର୍ମା ଗୁଆ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୈଲାକାନ୍ଦୀ ପୋଲିସ ଅଲଗାପୁରରେ ରେଡ୍ କରିଥିଲା । ଏହି ସମୟରେ ଟ୍ରକରେ ଲଦାଯାଇଥିବା 56ବସ୍ତା ଜବତ କରିଛି । ପୋଲିସକୁ ଦେଖି ଡ୍ରାଇଭର ଓ ସହଯୋଗୀ ଫରେର ହୋଇଯାଇଥିଲା । ଜବତ ହୋଇଥିବା ଗୁଆର ମୂଲ୍ୟ ବଜାରରେ 13ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ପୋଲିସ ଘଟଣାର ଛାନଭିନ କରୁଛି ।
