ଫିରୋଜାବାଦ, ୧୬ ନଭେମ୍ବର : ବୁଧବାର ବିଳମ୍ବିତ ରାତିରେ ସିରସାଗଂଜ ପୋଲିସ ଷ୍ଟେସନ ପରିସରରେ ଏକ ଦ୍ରୁତ ଗତିରେ ଆସୁଥିବା କାର ଏକ ମୋଟର ସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଭିଣୋଇ ଓ ଶଳା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଶବକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । କାରକୁ ମଧ୍ୟ କବଜାକୁ ନେଇ ତଦନ୍ତ ଚଳାଇଛି । ସମଗ୍ର ଘଟଣା ଜିଲ୍ଲାର ସିରସାଗଂଜ ପୋଲିସ ଷ୍ଟେସନ ଅଂଚଳର କାଠଫେରୀ ନିକଟରେ ଘଟିଛି । ଏଠାରେ ସିକୋହାବାଦ ପୋଲିସ ଷ୍ଟେସନ ପରିସରର ଗ୍ରାମ ଦିବ୍ୟାଚୀ ନିବାସୀ ପ୍ରମୋଦ କୁମାର (୩୪), ତାଙ୍କ ସହଯୋଗ ବ୍ରଜେଶ (୨୮)ଙ୍କ ସହିତ ଭାଇ ଦ୍ରୁଜ ପର୍ବ ପାଳନ କରିବାକୁ ନଗଲା ସରାଲ ଯାଇଥିଲେ । ବୁଧବାର ବିଳମ୍ବିତ ରାତିରେ ପ୍ରମୋଦ ତାଙ୍କ ସାଥି ଏବଂ ତାଙ୍କ ଶଳା ଗୋପୀଙକ ସହ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ବାଟରେ କଠଫୋରୀ ଗ୍ରାମ ନିକଟରେ ଗାଁ ନିକଟରେ ଏକ ଅନିୟନ୍ତ୍ରିତ କାର ପ୍ରମୋଦଙ୍କ ମୋଟର ସାଇକେଲକୁ ଜୋରରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତିନିଜଣ ଲହୁ ଲୁହାଣ ହେଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଆହତ ତିନିଜଣଙ୍କୁ ସିକୋହାବାଦ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ ।
