ଭୁବନେଶ୍ୱର/ବାରିପଦା, 10 ମଇ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନରେ ଥିବା ଦାମୋଦରପୁର ଗଙ୍ଗାହାର ସେତୁ ଉପରେ ଏକ ଦ୍ରୁତଗାମୀ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦଶ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ଆହତଙ୍କୁ ନିକଟସ୍ଥ ବଡ଼ସାହି ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି ।
