ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଆୟୋଗ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାର୍ଦ୍ଦେଶକଙ୍କ ସହ ନିର୍ବାଚନ ସଦନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାର, ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଓ ଶ୍ରୀ ସୁଖବୀର ସିଂ ସାନ୍ଧୁ ଉପସ୍ଥିତ ଥିଲେ। ଆୟୋଗ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଓ ଏହାକୁ ରୋକିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
BulletsIn
- ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଏଭଳି ହିଂସାର ପୁନରାବୃତ୍ତି ନ ହୋଇ ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
- ଅନୁସାରୀତ ଆଦର୍ଶ ଆଚରଣ ବିଧି ଅବଧି ମଧ୍ୟରେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଠିକ୍ ସମୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
- ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅଧିକାରୀଙ୍କ ଅବହେଳା ଓ ତଦାରଖର ଅଭାବ ସମ୍ପର୍କରେ ଅକ୍ଳନ କରିବାକୁ ଆୟୋଗ ଅନୁମୋଦନ କରିଛି।
- ପାଲନାଡୁ ଜିଲ୍ଲାପାଳଙ୍କ ବଦଳି ଓ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।
- ପାଲନାଡୁ ଏବଂ ଅନନ୍ତପୁରମୁ ଜିଲ୍ଲା ଏସପିଙ୍କୁ ନିଲମ୍ବନ ଓ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।
- ତିରୁପତି ଏସପିଙ୍କ ବଦଳି ଓ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।
- ପାଲନାଡୁ, ଅନନ୍ତପୁରମୁ ଏବଂ ତିରୁପତି ଜିଲ୍ଲାର ୧୨ ଜଣ ଅଧସ୍ତନ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଓ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
- ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଘଟଣାର ତଦନ୍ତ କରି ପ୍ରତ୍ୟେକ ମାମଲାରେ ଦୁଇ ଦିନ ମଧ୍ୟରେ ଆୟୋଗକୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
- ଫଳାଫଳ ଘୋଷଣା ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ୨୫ଟି CAPF କମ୍ପାନୀକୁ ୧୫ ଦିନ ପାଇଁ ରଖିବାକୁ ଆନ୍ଧ୍ରପ୍ରଦେଶ ସରକାର ଅନୁରୋଧ କରିଛି।
- ଗଣତି ପରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ୨୫ଟି CAPF କମ୍ପାନୀକୁ ରଖିବାକୁ ଆୟୋଗ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛି।
