• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ସ୍ମାର୍ଟ ସିଟି ମିଶନର ୧୦ ବର୍ଷ: ୯୪% ପ୍ରକଳ୍ପ ରୂପାୟନ,  ୧.୬୪ ଲକ୍ଷ କୋଟି ଟଙ୍କା ବିନିଯୋଗ
National

ସ୍ମାର୍ଟ ସିଟି ମିଶନର ୧୦ ବର୍ଷ: ୯୪% ପ୍ରକଳ୍ପ ରୂପାୟନ,  ୧.୬୪ ଲକ୍ଷ କୋଟି ଟଙ୍କା ବିନିଯୋଗ

CliQ INDIA
Last updated: June 25, 2025 9:35 am
CliQ INDIA
Share
3 Min Read
SHARE

ନୂଆଦିଲ୍ଲୀ, 24 ଜୁନ (ହି.ସ.) ସ୍ମାର୍ଟ ସିଟି ମିଶନ ସ୍ମାର୍ଟ, ପରିପୂରକ ସମାଧାନ ମାଧ୍ୟମରେ ଭାରତର ସହରଗୁଡ଼ିକରେ ଜୀବନ ଧାରଣର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ରିୟ, ସମାବେଶୀ ଏବଂ ପରିବେଶ ଅନୁକୂଳ ସହର ସୃଷ୍ଟି କରିବା ପାଇଁ ଏହି ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଏହିକ୍ରମରେ ସହରାଞ୍ଚଳରେଭିତ୍ତିଭୂମି, ଶାସନ ଏବଂ ସାମାଜିକ ବିକାଶ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେଇଛି ସ୍ମାର୍ଟସିଟି ମିଶନ।

ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସହରରେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ ଜୁନ୍ ୨୫, ୨୦୨୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଯାହାଦ୍ୱାରାସହରାଞ୍ଚଳରେ ଦ୍ରୁତ ଗତିରେ ବଢ଼ୁଥିବା ଗୃହ, ପରିବହନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମନୋରଞ୍ଜନ ଭଳି ବିବିଧ ଆବଶ୍ୟକତାକୁ ପୂରଣ କରିବାକୁ ଉଦ୍ୟମ କରାଯାଇଥିଲା। ଏହି ସହରଗୁଡ଼ିକୁ ମଡେଲ ଭାବେ ଗ୍ରହଣ କରି ଅନ୍ୟ ଉଦୀୟମାନ ସହରପାଇଁ ଆଦର୍ଶ ହେବାକୁ ଲକ୍ଷ୍ୟ ରଖାଯାଇଛି।

୧୦୦ ଟି ସହର ଏହି ଲକ୍ଷ୍ୟକୁ ପରିଚାଳନା କରିବା ସହିତ, ସ୍ମାର୍ଟ ସିଟି ମିଶନ ଯଥେଷ୍ଟ ପ୍ରଗତି ହାସଲ କରିଛି। ୯ ମଇ, ୨୦୨୫ ସୁଦ୍ଧା, ମୋଟ ୭,୫୫୫ଟି ପ୍ରକଳ୍ପ ରୁ ମୋଟ ୮,୦୬୭ଟି ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ୍ ସମୁଦାୟ ପ୍ରକଳ୍ପର ୯୪% – ସମ୍ପୂର୍ଣ୍ଣ ହୋଇଛି, ଯାହାର ପରିମାଣ୧,୫୧,୩୬୧ କୋଟି ଟଙ୍କା। ଏହା ସହିତ, ୧୩,୦୪୩ କୋଟି ଟଙ୍କାର ୫୧୨ଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସ୍ଥିତିରେ ପହଞ୍ଚିଛି। ସମୁଦାୟ ପ୍ରକଳ୍ପଗୁଡ଼ିକୁ ଦେଖିଲେ, ମୋଟ ୧.୬୪ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮,୦୬୭ଟି ବହୁ-କ୍ଷେତ୍ରୀୟ ପ୍ରକଳ୍ପର କାର୍ଯ୍ୟାନ୍ୱୟକ ନରାଯାଇଛି।

ସ୍ମାର୍ଟ ସିଟି ମିଶନ ପାଇଁ ମୋଟ ଆବଣ୍ଟିତ କେନ୍ଦ୍ର ବଜେଟ୍ ଥିଲା ୪୭,୬୫୨ କୋଟି। ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା, ମିଶନରେ ଥିବା ୧୦୦ଟି ସହରକୁ ମୋଟ ବଜେଟ୍ ବ୍ୟୟବରାଦର ୯୯.୪୪% ପ୍ରଦାନ କରାଯାଇଛି। କେନ୍ଦ୍ରର ଅଂଶ, ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସରକାରୀ-ଘରୋଇ ସହଭାଗୀତା ଦ୍ୱାରା ମିଶନର ମୋଟ ନିବେଶ୧.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ସ୍ମାର୍ଟ ସିଟି ମିଶନର କାର୍ଯ୍ୟାନ୍ୱୟନ ମୁଖ୍ୟତଃ ଦୁଇଟି ପ୍ରମୁଖ ପଦ୍ଧତି ଅନୁସରଣ କରେ। ପ୍ରଥମତଃ, ସ୍ମାର୍ଟ ସିଟି ମିଶନ ଅଧୀନରେ, ସହରଗୁଡ଼ିକୁ ଏକ କ୍ଷେତ୍ର-ଭିତ୍ତିକ ବିକାଶ ପଦ୍ଧତି ବ୍ୟବହାର କରି ବିକଶିତ କରାଯାଉଛି, ଯେଉଁଠାରେ ୧୦୦ଟି ସହରର ବିକାଶକୁ ଧ୍ୟାନ ଦିଆଯାଇଛି। ନାଗରିକ ଅଂଶଗ୍ରହଣ ମାଧ୍ୟମରେ ଚୟନ କରାଯାଇଥିବା କ୍ଷେତ୍ରଗୁଡ଼ିକୁ ସହରର ଅନ୍ୟ ଅଂଶ ପାଇଁ ପ୍ରତିକୃତିଯୋଗ୍ୟ ମଡେଲ ଭାବରେ ବିକଶିତ କରାଯାଉଛି।

ଦ୍ଵିତୀୟତଃ, ପ୍ରତ୍ୟେକ ସହରରେ ପାନ୍-ସିଟି ପ୍ରକଳ୍ପ କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଦ୍ୱାରା ଭିତ୍ତିଭୂମିସେବାଗୁଡ଼ିକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ବ୍ୟବହାର କରାଯାଉଛି। ଉଦାହରଣ ସ୍ୱରୂପ, ଚଣ୍ଡିଗଡ଼ ୩୧୦ ଡକିଂ ଷ୍ଟେସନ ଏବଂ ୨୫୦୦ ରୁ ଅଧିକ ସାଇକେଲ ପ୍ରବର୍ତ୍ତନ କରିଛି। ଏହାସହ ସହର ସାରା ପବ୍ଲିକ୍ ବାଇସାଇକେଲ୍ ସେୟାରିଂବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ଏହି ବ୍ୟବସ୍ଥା ଟ୍ରାଫିକ୍ ଭିଡ଼ ହ୍ରାସ ଏବଂ ଜନସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବାରେ ଅବଦାନ ରଖେ।

ମିଶନର ଅନ୍ୟ ପ୍ରମୁଖ ଦିଗଗୁଡ଼ିକ ମଧ୍ୟରେ କାର୍ଯ୍ୟକ୍ରମ ରୂପାୟନ ପାଇଁ ଏକ ସ୍ୱତନ୍ତ୍ର ଉତ୍ସର୍ଗୀକୃତ ବ୍ୟବସ୍ଥା ସୃଷ୍ଟି କରିବା, ପ୍ରକଳ୍ପ ପାଇଁ ପାଣ୍ଠିର ବହୁବିଧ ଉତ୍ସକୁ ପ୍ରୋତ୍ସାହିତ କରିବା ଏବଂ ନାଗରିକମାନଙ୍କୁ ସାମିଲ କରିବା ଆଦି ଅନ୍ତର୍ଭୁକ୍ତ।

୯ମଇ, ୨୦୨୫ ସୁଦ୍ଧା, ମୋଟ ୮୦୬୭ ପ୍ରକଳ୍ପ ମଧ୍ୟରୁ ୯୪% ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଛି, ଯାହା ସମଗ୍ର ଭାରତରେ ସହରାଞ୍ଚଳ ପରିପାଟିକୁ ପୁନଃଆକୃତି ଦେବାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ପ୍ରତିଫଳିତ କରେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଦେଶର 14ଟି ରାଜ୍ୟରେ ଆଜି ପ୍ରବଳ ବର୍ଷା ପୂର୍ବାନୁମାନ | BulletsIn
ପ୍ରଧାନମନ୍ତ୍ରୀଙ୍କର ଡେରାଡୁନ ଗସ୍ତ ଆଜି – Hindusthan Samachar Odia
ହୁମାୟୁନ କବିରଙ୍କ ଏକ ଭାଇରାଲ ଭିଡିଓ ପଶ୍ଚିମବଙ୍ଗରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି, ଅଲପସଂଖ୍ୟକ ଭୋଟ, ବିଜେପି ସଂଯୋଗ ଏବଂ ନିର୍ବାଚন କୌଶଲ ବିଷୟରେ ପ୍ରଶ୍ନ ଉଠାଇଛି।
ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର, ଅଶୋଧିତ ତୈଳଦର ବ୍ୟାରେଲ ପିଛା 79 ଡଲାର
ନାଡା ଆଣ୍ଟି ଡ୍ରୋପିଂ କୋଡ ଉଲଂଘନ ପାଇଁ ବଜରଙ୍ଗ ପୁନିୟାକୁ ଚାରିବର୍ଷ ପାଇଁ କରିଛନ୍ତି ନିଲମ୍ବିତ | BulletsIn

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଫୁଲବାଣୀ ରୋଟାରୀ କ୍ଳବ୍ ପକ୍ଷରୁ ମାତୃ ପିତୃ ବନ୍ଦନା ଉତ୍ସବ ପାଳିତ
Next Article ବଜ୍ରପାତ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?