
ନୂଆଦିଲ୍ଲୀ, 2 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଏମର୍ଜିଙ୍ଗ ସାଇନ୍ସ ଅଣ୍ଡ ଟେକ୍ନୋଲୋଜି ଇନୋଭେସନ୍ କନକ୍ଲେଭ୍ 2025’ର ଉଦ୍ଘାଟନ କରିବେ। ଏହି ଅବସରରେ ସେ ଦେଶରେ ଘରୋଇ କ୍ଷେତ୍ରର
ଗବେଷଣା ଓ ନବୋତ୍ଥାନକୁ ପ୍ରୋତ୍ସାହନ ଦେବା ପାଇଁ ୧ ଲକ୍ଷ କୋଟି ଟଙ୍କାର ‘ରିସର୍ଚ୍, ଡେଭଲପମେଣ୍ଟ ଏଣ୍ଡ ଇନୋଭେସନ୍ ଯୋଜନା’ର ଶୁଭାରମ୍ଭ କରିବେ।
ପ୍ରଧାନମନ୍ତ୍ରୀ
କାର୍ଯ୍ୟାଳୟ (ପିଏମଓ) ଅନୁସାରେ, ‘ଏମର୍ଜିଙ୍ଗ ସାଇନ୍ସ ଅଣ୍ଡ ଟେକ୍ନୋଲୋଜି ଇନୋଭେସନ୍ କଂକ୍ଲେଭ୍ 2025’ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୩ରୁ ୫ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ
ହେବ। ଏଥିରେ ଦେଶ ଓ ବିଦେଶର ତିନି ହଜାରରୁ ଅଧିକ ବୈଜ୍ଞାନିକ, ଶିକ୍ଷାବିଦ୍, ଗବେଷକ, ଶିଳ୍ପ ପ୍ରତିନିଧି ଏବଂ ନୀତି ନିର୍ମାତାମାନେ ଅଂଶ ନେବେ।
କନକ୍ଲେଭ୍ରେ ୧୧ଟି ମୁଖ୍ୟ
ବିଷୟ ଉପରେ ଆଲୋଚନା ହେବ, ଯେଉଁଥିରେ କୃତ୍ରିମ ବୁଦ୍ଧିମତ୍ତା, ଜୈବ ଉତ୍ପାଦନ ,ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ନିର୍ମାଣ, କ୍ୱାଣ୍ଟମ୍ ଟେକ୍ନୋଲୋଜି, କୃଷିରେ ନୂତନ ପ୍ରଯୁକ୍ତି, ଉର୍ଜା, ପରିବେଶ, ଜଳବାୟୁ, ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ ଅନ୍ତରିକ୍ଷ ବିଜ୍ଞାନ ଭଳି
କ୍ଷେତ୍ରଗୁଡ଼ିକ ସାମିଲ ରହିଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
