• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ସଂଘର ନିର୍ମାଣ ଭାରତକୁ କେନ୍ଦ୍ରରେ ରଖି ହୋଇଛି ଓ ଭାରତ ବିଶ୍ୱଗୁରୁରେ ପରିଣତ ହେବାରେ ଏହାର ସାର୍ଥକତା ରହିଛି – ଡ ମୋହନ ଭାଗବତଜୀ
National

ସଂଘର ନିର୍ମାଣ ଭାରତକୁ କେନ୍ଦ୍ରରେ ରଖି ହୋଇଛି ଓ ଭାରତ ବିଶ୍ୱଗୁରୁରେ ପରିଣତ ହେବାରେ ଏହାର ସାର୍ଥକତା ରହିଛି – ଡ ମୋହନ ଭାଗବତଜୀ

CliQ INDIA
Last updated: August 27, 2025 12:21 pm
CliQ INDIA
Share
7 Min Read
SHARE

ନୂଆଦିଲ୍ଲୀ, 26 ଅଗଷ୍ଟ (ହି.ସ,) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନିର୍ମାଣ ଭାରତକୁ କେନ୍ଦ୍ରରେ ରଖି ହୋଇଛି ଓ ଭାରତ ବିଶ୍ୱଗୁରୁରେ ପରିଣତ ହେବାରେ ଏହାର ସାର୍ଥକତା ରହିଛି । ସଂଘ ଶତାବ୍ଦୀ ବର୍ଷ ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଆୟୋଜିତ ତିନି ଦିନିଆ ବ୍ୟାଖ୍ୟାନମାଳାର ପ୍ରଥମ ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସଂଘ କାର୍ଯ୍ୟର ପ୍ରେରଣା ସଂଘ ପ୍ରାର୍ଥନାର ଶେଷରେ କୁହାଯାଉଥିବା “ଭାରତ ମାତା କି ଜୟ”ରୁ ମିଳିଥାଏ । ସଂଘର ଉତ୍ଥାନର ପ୍ରକ୍ରିୟା ମନ୍ଥର ହେଲେ ମଧ୍ୟ ଏହା ନିରନ୍ତର ଚାଲିଛି ।

ସେ କହିଲେ, ସଂଘ ଯଦିଓ ହିନ୍ଦୁ ଶବ୍ଦର ବ୍ୟବହାର କରେ, କିନ୍ତୁ ତାହାର ମର୍ମ ହେଉଛି ‘ବସୁଧୈବ କୁଟୁମ୍ବକମ୍’। ଏହି କ୍ରମିକ ବିକାଶରେ ଗାଁ, ସମାଜ ଏବଂ ରାଷ୍ଟ୍ରକୁ ସଂଘ ନିଜର ଭାବେ ମାନେ। ସଂଘ କାର୍ଯ୍ୟ ପୂରାପୁରି ସ୍ୱୟଂସେବକମାନଙ୍କ ଦ୍ୱାରା ପରିଚାଳିତ ହୁଏ। କାର୍ଯ୍ୟକର୍ତ୍ତାମାନେ ନିଜେ ନୂଆ କାର୍ଯ୍ୟକର୍ତ୍ତା ସୃଷ୍ଟି କରନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ‘100 ବର୍ଷର ସଂଘ ଯାତ୍ରା – ନୂଆ କ୍ଷିତିଜ’ ବିଷୟରେ ତିନି ଦିନିଆ ବ୍ୟାଖ୍ୟାନମାଳାର ଆୟୋଜନ କରାଯାଇଛି।

ବ୍ୟାଖ୍ୟାନମାଳାର ଉଦ୍ଦେଶ୍ୟ ବିଷୟରେ ମୋହନ ଭାଗବତ ଜୀ କହିଛନ୍ତି ଯେ ସଂଗଠନ ବିଚାର କରିଥିଲା ଯେ ସମାଜରେ ସଂଘ ବିଷୟରେ ସତ୍ୟ ଏବଂ ସଠିକ୍ ସୂଚନା ପହଞ୍ଚିବା ଉଚିତ। 2018 ମସିହାରେ ମଧ୍ୟ ଏଭଳି ଆୟୋଜନ ହୋଇଥିଲା। ଏଥର ଚାରିଟି ସ୍ଥାନରେ କାର୍ଯ୍ୟକ୍ରମ ହେବ ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ମାନଙ୍କ ନିକଟକୁ ସଂଘର ସଠିକ୍ ସ୍ୱରୂପ ପହଞ୍ଚିପାରିବ।

ସେ କହିଛନ୍ତି ଯେ ରାଷ୍ଟ୍ରର ପରିଭାଷା ସତ୍ତା ଉପରେ ଆଧାରିତ ନୁହେଁ। ଆମେ ଯେତେବେଳେ ପରାଧୀନ ଥିଲୁ, ସେଥିବେଳେ ମଧ୍ୟ ରାଷ୍ଟ୍ର ଥିଲା। ଇଂରାଜୀର ‘ନେଶନ୍’ ଶବ୍ଦଟି ‘ଷ୍ଟେଟ୍’ ସହିତ ଜଡିତ , କିନ୍ତୁ ଭାରତୀୟ ରାଷ୍ଟ୍ରର ଅବଧାରଣା ସତ୍ତା ସହିତ ଜଡିତ ନୁହେଁ।

ସ୍ୱାଧୀନତା ସଂଗ୍ରାମ ଏବଂ ଏହା ପରେ ଦେଶରେ ଉପଜିଥିବା ବିଚାରଧାରାର ବିକାଶ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ 1857ରେ ସ୍ୱାଧୀନତାର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା, କିନ୍ତୁ ସେଥିରୁ ନୂଆ ଚେତନା ଜାଗୃତ ହୋଇଥିଲା। ତାହାପରେ ଏକ ଆନ୍ଦୋଳନ ଠିଆ ହୋଇଥିଲା ଯେ କିଛି ମୁଷ୍ଟିମେୟ ଲୋକ ଆମକୁ କିଭଳି ହରାଇ ପାରିଲେ ? ଏକ ଏଭଳି ଭାବନା ମଧ୍ୟ ଉପୁଜିଲା ଯେ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ବୁଝିବା ଶକ୍ତିର ଅଭାବ ଅଛି। ଏହି ଆବଶ୍ୟକତାରୁ କଂଗ୍ରେସର ଉଦୟ ହେଲା। କିନ୍ତୁ ସ୍ୱାଧୀନତା ପରେ ସେ ବିଚାରଧାରାର ପ୍ରବୋଧନର କାର୍ଯ୍ୟ ଠିକ୍ ଭାବରେ କରିପାରିଲା ନାହିଁ। ଏହା କୌଣସି ଦୋଷାରୋପଣ ନୁହେଁ, ବରଂ ଏକ ତଥ୍ୟ ଅଟେ । ସ୍ୱାଧୀନତା ପରେ ଆଉ ଏକ ଧାରା ସାମାଜିକ କୁସଂସ୍କାର ଗୁଡିକୁ ଶେଷ କରିବା ଉପରେ ଜୋର ଦେଇଥିଲା ଓ ଅନ୍ୟ ପକ୍ଷରେ ଆଉ ଏକ ଧାରା ନିଜର ମୂଳକୁ ଫେରିବାର କଥା କହିଥିଲା । ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏବଂ ସ୍ୱାମୀ ବିବେକାନନ୍ଦ ଏହି ବିଚାରକୁ ଆଗକୁ ବଢ଼ାଇଥିଲେ।

ସେ କହିଛନ୍ତି ଯେ ଡା. କେଶବ ବଳିରାମ ହେଡଗେୱାର ଓ ଅନ୍ୟାନ୍ୟ ମହାପୁରୁଷମାନଙ୍କର ସ୍ପଷ୍ଟ ମତ ଥିଲା ଯେ ସମାଜର ଦୁର୍ଗୁଣମାନଙ୍କୁ ଦୂର ନ କରିବା ପର୍ଯ୍ୟନ୍ତ ଏ ଦିଗରେ କରାଯାଉଥିବା ସମସ୍ତ ପ୍ରୟାସ ଅସମ୍ପୂର୍ଣ ରହିବ । ଦେଶ ବାରମ୍ବାର ଦାସତ୍ୱର ଶିକାର ହେବା ହେଉଛି । ଏହା ସଂକେତ ଦେଉଛି ଯେ ସମାଜରେ ଗଭୀର ଦୋଷ ଅଛି। ଯେତେବେଳେ ଅନ୍ୟମାନଙ୍କ ପାଖରେ ସମୟ ନାହିଁ, ସେତେବେଳେ ହେଡଗେୱାରଜୀ ନିଶ୍ଚୟ କଲେ ଯେ ସେ ନିଜେ ଏହି ଦିଗରେ କାମ କରିବେ। 1925ରେ ସଂଘର ସ୍ଥାପନା କରି ସେ ସମଗ୍ର ହିନ୍ଦୁ ସମାଜର ସଂଗଠନର ଉଦ୍ଦେଶ୍ୟକୁ ସାମ୍ନାକୁ ଆଣିଲେ।

‘ହିନ୍ଦୁ’ ନାମର ମର୍ମକୁ ବୁଝାଇ ସରସଂଘଚାଳକଜୀ ସ୍ପଷ୍ଟ କରିଛନ୍ତି ଯେ ‘ହିନ୍ଦୁ’ ଶବ୍ଦର ଅର୍ଥ କେବଳ ଧାର୍ମିକ ନୁହେଁ, ବରଂ ରାଷ୍ଟ୍ର ପ୍ରତି ଦାୟିତ୍ୱର ଭାବ। ଏହି ନାମ ଅନ୍ୟମାନେ ଦେଇଥିଲେ, କିନ୍ତୁ ଆମେ ସଦା ନିଜକୁ ମାନବଶାସ୍ତ୍ରୀୟ ଦୃଷ୍ଟିରୁ ଦେଖିଆସୁଛୁ। ଆମର ବିଶ୍ୱାସ ଯେ ମନୁଷ୍ୟ, ମାନବିକତା ଏବଂ ସୃଷ୍ଟି ପରସ୍ପର ସହ ଜଡିତ ଅଛନ୍ତି ଏବଂ ପରସ୍ପରକୁ ପ୍ରଭାବିତ କରନ୍ତି।‘ହିନ୍ଦୁ’ର ଅର୍ଥ ହେଉଛି ସମାବେଶ, ଏବଂ ସମାବେଶର କୌଣସି ସୀମା ନାହିଁ।

ହିନ୍ଦୁ ଅର୍ଥାତ କଣ ଏହାର ମଧ୍ୟ ସେ ବ୍ୟାଖ୍ୟା କରିଥିଲେ । ‘’ନିଜ ନିଜ ପଥରେ ଚାଲ, ଅନ୍ୟମାନଙ୍କୁ ବଦଳାଇବାକୁ ଯାଅନି। ଅନ୍ୟର ଶ୍ରଦ୍ଧାର ସମ୍ମାନ କର, ଅପମାନ କରନି, ଯେମାନଙ୍କର ଏହି ପରମ୍ପରା ଅଛି, ସଂସ୍କୃତି ଅଛି, ସେମାନେ ହେଉଛନ୍ତି ହିନ୍ଦୁ। ଯିଏ ଏହାକୁ ବିଶ୍ୱାସ କରେ ସେ ହେଉଛି ହିନ୍ଦୁ ବୋଲି ଶ୍ରୀ ଭାଗବତ କହିଛନ୍ତି । ସେ କହିଛନ୍ତି ଯେ ଆମକୁ ସମଗ୍ର ହିନ୍ଦୁ ସମାଜର ସଂଗଠନ କରିବାକୁ ହେବ। ‘ହିନ୍ଦୁ’ କହିଲେ ଏହାର ଅର୍ଥ ‘ହିନ୍ଦୁ ବନାମ ସବୁ’ ନୁହେଁ, କୌଣସି ପରିସ୍ଥିତିରେ ନୁହେଁ। ‘ହିନ୍ଦୁ’ର ଅର୍ଥ ହେଉଛି ସମାବେଶୀ।

ସେ କହିଛନ୍ତି ଯେ ସମନ୍ୱୟ ହେଉଛି ଭାରତର ସ୍ୱଭାବ, ସଂଘର୍ଷ ନୁହେଁ। ଭାରତର ଏକତାର ରହସ୍ୟ ତାହାର ଭୂଗୋଳ, ସମ୍ବଳ ଏବଂ ଆତ୍ମଚିନ୍ତନର ପରମ୍ପରାରେ ରହିଛି। ଆମେ ବାହାରେ ଦେଖିବା ପରିବର୍ତ୍ତେ ନିଜ ଭିତରେ ଦେଖି ସତ୍ୟକୁ ଖୋଜିଲୁ । ଏହି ଦୃଷ୍ଟି ଆମକୁ ଶିଖାଇଲା ଯେ ସମସ୍ତଙ୍କ ମଧ୍ୟରେ ଗୋଟିଏ ତତ୍ତ୍ୱ ରହିଛି, ଯଦିଓ ତାହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ। ଏହି କାରଣରୁ ଭାରତ ମାତା ଏବଂ ପୂର୍ବପୁରୁଷ ମାନେ ଆମ ପାଇଁ ପୂଜନୀୟ।

ମୋହନ ଭାଗବତଜୀ କହିଲେ ଯେ ଭାରତମାତା ଏବଂ ନିଜ ପୂର୍ବଜ ମାନଙ୍କୁ ଯେଉଁ ମାନେ ମାନନ୍ତି ସେମାନେ ହେଉଛନ୍ତି ବାସ୍ତବରେ ହିନ୍ଦୁ । କିଛି ଲୋକ ନିଜକୁ ହିନ୍ଦୁ କୁହନ୍ତି, କିଛି ଭାରତୀୟ କିମ୍ବା ସନାତନୀ କୁହନ୍ତି। ଶବ୍ଦ ବଦଳିପାରେ, କିନ୍ତୁ ସେଗୁଡିକର ପଛରେ ଭକ୍ତି ଓ ଶ୍ରଦ୍ଧାର ଭାବନା ନିହିତ ଅଛି। ଭାରତର ପରମ୍ପରା ଏବଂ ଡିଏନଏ ସମସ୍ତଙ୍କୁ ଯୋଡ଼ିଥାଏ। ବିଭିନ୍ନତାରେ ଏକତା ହେଉଛି ଭାରତର ପରିଚୟ।

ସେ କହିଛନ୍ତି ଯେ ଯେଉଁମାନେ ପୂର୍ବରୁ ଏହାରୁ ଦୂରେଇ ରହୁଥିଲେ , ସେମାନେ ଧୀରେ ଧୀରେ ମଧ୍ୟ ନିଜକୁ ହିନ୍ଦୁ କୁହିବାକୁ ଲାଗିଛନ୍ତି । କାରଣ ଯେତେବେଳେ ଜୀବନର ଗୁଣବତ୍ତା ଉନ୍ନତ ହୁଏ, ଲୋକେ ନିଜ ମୂଳକୁ ଫେରନ୍ତି। ଆମେ ଏହା କହୁନାହିଁ ଯେ ଆପଣ “ହିନ୍ଦୁ” କୁହିବାକୁ ପଡ଼ିବ। ଆପଣ ହିନ୍ଦୁ, ଏହାକୁ ଆମେ ବୁଝାଇଥାଉ। ଏହି ଶବ୍ଦମାନଙ୍କର ପଛରେ କେବଳ ଶବ୍ଦାର୍ଥ ନୁହେଁ, କଂଟେଂଟ ରହିଛି , ଏବଂ ସେହି କଂଟେଂଟରେ ଭାରତମାତା ପ୍ରତି ଭକ୍ତି ଏବଂ ପୂର୍ବଜମାନଙ୍କର ପରମ୍ପରା ରହିଛି।

ସେ କହିଛନ୍ତି ଯେ, ଚାଳିଶ ହଜାର ବର୍ଷ ପୂର୍ବରୁ ମଧ୍ୟ ଭାରତର ଲୋକମାନଙ୍କର ଗୋଟିଏ ଡିଏନଏ ରହିଛି। ସେ କହିଛନ୍ତି ଯେ, ଯେଉଁ ମାନେ ନିଜକୁ ହିନ୍ଦୁ କହୁଛନ୍ତି, ସେମାନଙ୍କର ଜୀବନ ଭଲ କର। ଯେମାନେ କହୁନାହାନ୍ତି, ସେମାନେ ମଧ୍ୟ କହିବାକୁ ଲାଗିବେ। ଯେମାନେ କୌଣସି କାରଣରେ ଭୁଲିଗଲେ, ସେମାନଙ୍କୁ ମଧ୍ୟ ସ୍ମରଣ ହେବ। କିନ୍ତୁ କଣ କରିବାକୁ ଅଛି , ସମଗ୍ର ହିନ୍ଦୁ ସମାଜର ସଙ୍ଗଠନ।

ଆମେ ଯେତେବେଳେ “ହିନ୍ଦୁ ରାଷ୍ଟ୍ର” କହୁଛୁ, ସେଥିରେ କାହାକୁ ଛାଡ଼ିଦେଉଛୁ, ସେମିତି କିଛି ନୁହେଁ। ସଂଘ କୌଣସି ବିରୋଧରେ କିମ୍ବା ପ୍ରତିକ୍ରିୟା ପାଇଁ ବାହାରିନଥିଲା। “ହିନ୍ଦୁ ରାଷ୍ଟ୍ର”ର ସତ୍ତା ସହ କୌଣସି ସମ୍ପର୍କ ନାହିଁ।

ସେ ସଂଘର କାର୍ଯ୍ୟପଦ୍ଧତି ବିଷୟରେ ସେ କହିଛନ୍ତି ଯେ ସମାଜ ଉତ୍ଥାନ ପାଇଁ ସଂଘ ଦୁଇଟି ମାର୍ଗ ଆପଣାଇଥାଏ । ପ୍ରଥମ, ମନୁଷ୍ୟଙ୍କର ବିକାଶ କରିବା ଏବଂ ଦ୍ୱିତୀୟଟି ହେଲା ସେହି ମନୁଷ୍ୟମାନଙ୍କ ଦ୍ୱାରା ସମାଜ କାର୍ଯ୍ୟ କରାଇବା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗୋଟିଏ ସଂଗଠନ। ସଂଗଠନର କାର୍ଯ୍ୟ ହେଉଛି ମନୁଷ୍ୟ ନିର୍ମାଣର କାମ କରିବା। ସଂଘର ସ୍ୱୟଂସେବକମାନେ ବିଭିନ୍ନ କ୍ଷେତ୍ରରେ କାମ କରନ୍ତି, କିନ୍ତୁ ସଂଗଠନ ସେମାନଙ୍କୁ ନିୟନ୍ତ୍ରଣ କରେନି। ସେ କହିଲେ ଯେ ସଂଘକୁ ନେଇ ବିରୋଧ ମଧ୍ୟ ହୋଇଛି , ଉପେକ୍ଷା ମଧ୍ୟ ହୋଇଛି । କିନ୍ତୁ ସଦା ସର୍ବଦା ସଂଘ ସମାଜକୁ ନିଜର ବୋଲି ମାନି ଆସିଛି ।

ବ୍ୟକ୍ତିଗତ ସମର୍ପଣରେ ଚାଲେ ସଂଘ

ସଂଘର ବିଶେଷତ୍ୱ ହେଲା ଯେ ଏହା ବାହ୍ୟ ଉତ୍ସ ଉପରେ ନିର୍ଭରଶୀଳ ନୁହେଁ, ବରଂ ସ୍ୱୟଂସେବକମାନଙ୍କର ବ୍ୟକ୍ତିଗତ ସମର୍ପଣରେ ଚାଲିଥାଏ । ‘ଗୁରୁଦକ୍ଷିଣା’ ସଂଘର କାର୍ଯ୍ୟପଦ୍ଧତିର ଅଭିନ୍ନ ଅଂଶ, ଯାହା ମାଧ୍ୟମରେ ପ୍ରତ୍ୟେକ ସ୍ୱୟଂସେବକ ସଂଗଠନ ପ୍ରତି ନିଜର ଆସ୍ଥା ଏବଂ ପ୍ରତିବଦ୍ଧତା ପ୍ରକାଶ କରିଥାନ୍ତି । ଏହି ପ୍ରକ୍ରିୟା ଅବିରତ ଚାଲୁଛି।

ଆମର ପ୍ରୟାସ ରହିଥାଏ ଯେ ଭାବନା, ସଂସ୍କାର ଏବଂ ଆଚରଣ ଠିକ୍ ରହୁ। ଆମକୁ କେବଳ ସ୍ୱୟଂସେବକଙ୍କ ଚିନ୍ତା କରିବାକୁ ପଡ଼େ, ସଂଗଠନର ଚିନ୍ତା ସେମାନେ କରନ୍ତି। ଆମେ ସମସ୍ତଙ୍କୁ ମିଶି ଭାରତରେ କୌଣସି ଗୋଷ୍ଠୀ ସୃଷ୍ଟି କରିବାର ନାହିଁ ବରଂ ସମସ୍ତଙ୍କୁ ସଂଗଠିତ କରିବାର ଅଛି

ଏହି ଅବସରରେ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବାଲେ, ଉତ୍ତର କ୍ଷେତ୍ର ସଂଘଚାଳକ ପବନ ଜିନ୍ଦଲ ଏବଂ ଦିଲ୍ଲୀ ପ୍ରାନ୍ତର ସଂଘଚାଳକ ଡା. ଅନିଲ ଅଗ୍ରୱାଲ ମଞ୍ଚରେ ଉପସ୍ଥିତ ଥିଲେ।

ଏହି ତିନି ଦିନିଆ ଆୟୋଜନର ପ୍ରଥମ ଦିନରେ ସେବାନିବୃତ୍ତ ନ୍ୟାୟାଧୀଶ, ପୂର୍ବତନ କୂଟନୀତିଜ୍ଞ , ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଦେଶର କୂଟନୀତିଜ୍ଞ, ଗଣମାଧ୍ୟମ ସଂସ୍ଥା ଗୁଡିକର ମୁଖ୍ୟ , ପୂର୍ବତନ ସେନାଅଧିକାରୀ ଏବଂ କ୍ରୀଡ଼ା ଓ କଳା କ୍ଷେତ୍ର ସହିତ ଜଡିତ ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ସୁପ୍ରିମ କୋର୍ଟ ମସଜିଦରେ ମହିଳାଙ୍କ ପ୍ରବେଶ ଏବଂ ଧାର୍ମିକ ଅଭ୍ୟାସ ତତ୍ତ୍ୱ ଉପରେ AIMPLB ଯୁକ୍ତି ଶୁଣିଲା
ଆଜିଠାରୁ ବାରଣାସୀରେ ହିନ୍ଦୁସ୍ଥାନ ସମାଚାର ଗ୍ରୁପର ଭାରତୀୟ ଭାଷା ସଙ୍ଗମ 2025, 21 ଭାରତୀୟ ଭାଷାର ବିଦ୍ୱାନ ହେବେ ସମ୍ମାନିତ
ଓରାକଲର ବ୍ୟାପକ ଛଟେଇ ଟେକ୍ ଶିଳ୍ପରେ ଆତଙ୍କ, ୩୦,୦୦୦ ଚାକିରି ହ୍ରାସ ସହ ଭାରତ ସର୍ବାଧିକ ପ୍ରଭାବିତ
ନ୍ୟାସନାଲ ହେରାଲ୍ଡ ମାମଲା: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ପୁଣି ଥରେ ନୋଟିସ ପଠାଇଲା ଇଡି
ଜାତୀୟ ସହକାରିତା ନୀତି-2025ର ଉଦ୍ଦେଶ୍ୟ 10 ବର୍ଷରେ 16 ପ୍ରମୁଖ ଲକ୍ଷ୍ୟକୁ ପ୍ରାପ୍ତ କରିବା-ଅମିତ ଶାହ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article କ୍ରାଇମ ଓ କ୍ରିମିନାଲଙ୍କ ଉପରେ କଡା ନଜର ରହିବ – ନୂଆ ଏସପି
Next Article ୫ଦଫା ଦାବିରେ ଗାଁସାଥୀ ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?