ଆଇଜଲ, ୨୦ ଅଗଷ୍ଟ (ହି.ସ.)- ମିଜୋରାମରେ ନିଷିଦ୍ଧ ଔଷଧ ବିରୋଧରେ ଅଭିଯାନ ଜାରି ରଖି, ଆସାମ ରାଇଫଲ୍ସକୁ ବଡ଼ ସଫଳତା ମିଳିଛି । ଆସାମ ରାଇଫଲ୍ସ ମଙ୍ଗଳବାର ସୋସିଆଲ ମିଡିଆରେ ଜାରି ଏକ ବିବୃତିରେ କହିଛି ଯେ, ଗୁଇନ୍ଦା ସୂଚନା ଆଧାରରେ, ଆସାମ ରାଇଫଲ୍ସ ଏକ ଅଭିଯାନ ଚଳାଇ ମିଜୋରାମର ଜୋଖାୱାଥାର କ୍ରସିଂ ପଏଂଟ ଅଂଚଳରୁ ୭୦ ହଜାର ନିଶାଦ୍ରବ୍ୟ ୟାବା ତଥା ମେଥାଫେଟାମାଇନ୍ ଟାବଲେଟ୍ ଜବତ କରିଛି । ଜବତ ହୋଇଥିବା ଟାବଲେଟ୍ ର ଓଜନ ୬.୮୬ କିଲୋଗ୍ରାମ ବୋଲି କୁହାଯାଉଛି । ଅନ୍ତର୍ଜାତୀୟ କଳା ବଜାରରେ ଏହି ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୨୧ କୋଟି ଟଙ୍କା ବୋଲି କୁହାଯାଉଛି । ଆସାମ ରାଇଫଲ୍ସ ଦ୍ୱାରା ଜବତ ହୋଇଥିବା ଟାବଲେଟ୍ ଗୁଡ଼ିକୁ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଜଲର ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି । ଯଦିଓ, ଏହି ସମ୍ପର୍କରେ କାହାରିକୁ ଗିରଫ କରାଯାଇପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
