ରାୟପୁର, 20 ଜାନୁୟାରୀ (ହି.ସ)- କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଶନିବାର ରାଜଧାନୀ ରାୟପୁରର ପୁରୁଣା ବସ୍ତି ସ୍ଥିତ ମହାମାୟା ମନ୍ଦିରରେ ଦର୍ଶନ କରିବା ସହ ବିଧିବିଧାନର ସହ ପୂଜା କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ମହାମାୟା ମନ୍ଦିର ପରିସରରେ ଝାଡୁ ଓ ପୋଛା କରି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ସ୍ୱଚ୍ଛତା ଅଭିଯାନରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା,ଜଙ୍ଗଲ ମନ୍ତ୍ରୀ କେଦାର କଶ୍ୟପ, ଅର୍ଥମନ୍ତ୍ରୀ ଓପି ଚୌଧୁରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜାୟସୱାଲ ଓ ରାୟପୁର ସାଂସଦ ସୁନୀଲ ସୋନି ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
