ନୂଆଦିଲ୍ଲୀ, 11 ଡିସେମ୍ବର (ହି.ସ.) ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ନେତୃତ୍ୱ ଅମୂଲ୍ୟ ଅଟେ ଏବଂ ବ୍ୟକ୍ତିଗତ ସ୍ତରରେ ଆମର ପାରସ୍ପରିକ ସମ୍ପର୍କ ସବୁବେଳେ ସମୃଦ୍ଧ ରହିଥିଲା । ତାଙ୍କର ନିଷ୍ଠା ଏବଂ ଜ୍ଞାନ ସବୁଦିନ ପାଇଁ ଆମର ପ୍ରଗତି ଦିଗରେ ଏକ ମାର୍ଗଦର୍ଶକ ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
