ରାୟପୁର, 28 ନଭେମ୍ବର (ହି.ସ.)-ଛତିଶଗଡ଼ର
ରାୟପୁରରେ ଆଜିଠୁ ଡିଜିପି–ଆଇଜିପି ସମ୍ମିଳନୀ ଆରମ୍ଭ ହେଉଛି। ଏଥିରେ ଯୋଗ ଦେବା ପାଇଁ କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ଗତରାତିରେ ରାୟପୁର ପହଞ୍ଚିଛନ୍ତି। ଆଜି ଶୁକ୍ରବାର ସନ୍ଧ୍ୟା ପରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଛତିଶଗଡ଼ ଆସିବେ।
ରାୟପୁରରେ ଏହି କାର୍ଯ୍ୟକ୍ରମ ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଶେଷ ପ୍ରସ୍ତୁତି କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରଧାନମନ୍ତ୍ରୀ ମୋଦି ତିନି ଦିନ ଧରି ଛତିଶଗଡ଼ରେ ରହିବେ।
କାର୍ଯ୍ୟକ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ଆଜି ଶୁକ୍ରବାର ସନ୍ଧ୍ୟା ୭ଟାରେ ମାନା ବିମାନବନ୍ଦର ପହଞ୍ଚିବେ। ଏଠାରୁ ସେ ନୂଆ ରାୟପୁର
ସ୍ଥିତ ସ୍ପିକର ହାଉସକୁ ସିଧା ଯିବେ। ରାୟପୁରର ବରିଷ୍ଠ ପୁଲିସ ଅଧିକାରୀ ଜଣାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ
ମୋଦି ନୂଆ ରାୟପୁର ସ୍ଥିତ ଏମ-1 ଆବାସରେ ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏମ-11 ଆବାସରେ ରହିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
