
ଚେନ୍ନାଇ, 5 ଡିସେମ୍ବର (ହି.ସ.) ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଚାଙ୍ଗ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଛି । ଗତ 6ଘଣ୍ଟା ହେବ ଏହା ଘଣ୍ଟା ପ୍ରତି 7 କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି ।
ଆଜି ଏହା ନେଲ୍ଲୋର ଓ ମଛଲିପଟ୍ଟନମ ମଧ୍ୟ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଅନୁମାନ କରାଯାଉଛି । ଯାହାର ପ୍ରଭାବରେ ଉଭୟ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ଏକପ୍ରକାର ଠପ୍ ହୋଇପଡିଛି ।
ଆଇଏମଡିର ଚେନ୍ନାଇ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ତାମିଲନାଡୁର 10 ଜିଲ୍ଲାରେ ଝଡବର୍ଷା ଲାଗିହିଛି । ବାତ୍ୟା ଯୋଗୁ କାଲି ଚେନ୍ନାଇରେ ବିଭିନ୍ନ ସ୍ଥାନରେ 5ଜଣଙ୍କ ଜୀବନ ଯାଇଛି । ପ୍ରବଳ ବେଗରେ ପବନ ବହିବା କାରଣରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଉପୁଡିପଡିବା ସହ ଗଛ ମଧ୍ୟ ଭାଙ୍ଗିଛି । ଦୁଇଟି ରାଜ୍ୟରେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଫଳରେ ଜୀବନଯାତ୍ରା ଠପ୍ ହୋଇପଡିଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
