• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୨୬ ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
National

ପ୍ରଧାନମନ୍ତ୍ରୀଙ୍କ ଅକ୍ଟୋବର ୨୬ ରେ ମହାରାଷ୍ଟ୍ର ଏବଂ ଗୋଆ ଗସ୍ତ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

CliQ INDIA
Last updated: October 26, 2023 11:30 am
CliQ INDIA
Share
3 Min Read
SHARE

ନୂଆଦିଲ୍ଲୀ,, 26 ଅକ୍ଟୋବର (ହି.ସ.)ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୬, ୨୦୨୩ଦିନ ମହାରାଷ୍ଟ୍ର ଓ ଗୋଆ ଗସ୍ତ କରିବେ ।

ଦିନ ପ୍ରାୟ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ପହଞ୍ଚି ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା କରିବା ସହ ଦର୍ଶନ କରିବେ । ମନ୍ଦିରରେ ସେ ମଧ୍ୟ ନବନିର୍ମିତ ଧାଡିି ଦର୍ଶନ ପରିସରକୁ ଉଦ୍ଘାଟନ କରିବେ । ପ୍ରାୟ ଅପରାହ୍ନ ଦୁଇଟା ବେଳେ, ପ୍ରଧାନମନ୍ତ୍ରୀ ନୀଳୱାଣ୍ଡେ ଆନିକଟରେ ଜଳପୂଜନ କରିବା ସହ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅପରାହ୍ନ ପ୍ରାୟ ୩ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଶିରିଡିଠାରେ ଏକ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ପ୍ରାୟ ସନ୍ଧ୍ୟା ୬ଟା ୩୦ରେ ପ୍ରଧାନମନ୍ତ୍ରୀ ଗୋଆ ପହଂଚି ୩୭ତମ ଜାତୀୟ କ୍ରୀଡାକୁ ଉଦ୍ଘାଟନ କରିବେ ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିରିଡିଠାରେ ଉଦ୍ଘାଟିତ ହେବାକୁ ଥିବା ନୂତନ ଧାଡି ଦର୍ଶନ ପରିସର ଭବନ ଅତ୍ୟାଧୁନିକ ଢାଞ୍ଚାରେ ଆରାମ ଦାୟକ ପ୍ରତୀକ୍ଷା ସ୍ଥଳଭାବେ ନିର୍ମିତ ହୋଇଛି । ଏଥିରେ କେତେଗୁଡିଏ ପ୍ରତୀକ୍ଷାଳୟ ରହିଛି ଯେଉଁଥିରେ ଦଶ ହଜାରରୁ ଅଧିକ ଭକ୍ତ ଏକା ସମୟରେ ଦର୍ଶନ ପାଇଁ ଅପେକ୍ଷା କରିପାରିବେ । ଏଥିରେ ବାତାନୁକୂଳୀତ ଜନ ସୁବିଧା ଯଥା ଆସବାବପତ୍ର ରଖିବା ଘର, ଶୌଚାଳୟ, ବୁକିଂ କାଉଣ୍ଟର, ପ୍ରସାଦ କାଉଣ୍ଟର, ସୂଚନା କେନ୍ଦ୍ର ଇତ୍ୟାଦି ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟ ଅକ୍ଟୋବର ୨୦୧୮ରେ ଏହି ନୂତନ ଧାଡି ଦର୍ଶନ ପରିସରର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ନୀଲୱାଣ୍ଡେ ଡ୍ୟାମର ୮୫ କିଲୋମିଟର ଦୀର୍ଘ ବାମପାର୍ଶ୍ଵ କେନାଲକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏଥି ଯୋଗୁଁ ଅହମ୍ମଦନଗର ଜିଲ୍ଲାରୁ ଛଅ ଓ ନାସିକରୁ ଗୋଟିଏ, ଏହିପରି ମୋଟ ସାତଟି ତହସିଲରେ ୧୮୨ଟି ଗ୍ରାମର ଜନସାଧାରଣ ପାଇପ୍ ଯୋଗେ ପାଣି ପାଇ ଉପକୃତ ହେବେ । ନୀଲୱାଣ୍ଡେ ଡ୍ୟାମ କାର୍ଯ୍ୟ ୧୯୭୦ରେ ଆରମ୍ଭ କରାଯାଇଥିବାବେଳେ ଏହା ୫୧୭୭ କୋଟି ଟଙ୍କାରେ ସମ୍ପୂର୍ଣ୍ଣ ହୋଇଛି ।

ଜନସାଧାରଣଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଯୋଗୁଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମହାରାଷ୍ଟ୍ରର ୮୬ଲକ୍ଷରୁ ଅଧିକ କୃଷକ ସୁବିଧା ପାଇବେ । ସେମାନଙ୍କୁ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ବିକାଶମୂଳକ ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେଗୁଡିକ ମଧ୍ୟରେ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ଆୟୁଷ ହସପିଟାଲ, କୁର୍ଦୁୱାଡୀ-ଲାଟୁର ରୋଡ ୧୮୬ କିଲୋମିଟର ଦୀର୍ଘ ରେଳପଥ ବିଦ୍ୟୁତୀକରଣ, ଜଳଗାଓଁରୁ ଭୂଷାବଲ ମଧ୍ୟରେ ୨୪.୪୬ କିଲୋମିଟର ତୃତୀୟ ଓ ଚତୁର୍ଥ ରେଲପଥ, ଏନଏଚ୍-୧୬୬ ସାଙ୍ଗିଲିରୁ ବୋରଗାଓଁ ଚାରିଲାଇନ ବିଶିଷ୍ଟ ସଡକ, ଭାରତୀୟ ତୌଳ ନିଗମର ମନମାଡ ଟର୍ମିନାଲରେ ଅତିରିକ୍ତ ସୁବିଧା ଅର୍ନ୍ତଭୁର୍କ୍ତ ।

ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦନଗର ସିଭିଲ ହସ୍ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖାର ଶିଳାନ୍ୟାସ କରିବେ ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଓ ସ୍ୱାମୀତ୍ୱ କାର୍ଡ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିବେ ।

ଗୋଆରେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ତାଙ୍କ ନେତୃତ୍ୱରେ ଦେଶର କ୍ରୀଡା ସଂସ୍କୃତିରେ ବିଶାଳ ପରିବର୍ତ୍ତନ ଘଟିଛି। ନିରବଚ୍ଛିନ୍ନ ସରକାରୀ ପ୍ରୋତ୍ସାହନ ଯୋଗୁଁ କ୍ରୀଡାବିତ୍ମାନଙ୍କ କ୍ରୀଡ ନୈପଣ୍ୟ ଆର୍ନ୍ତଜାତିକ ସ୍ତରରେ ଛୁଇଁଛି । କ୍ରୀଡାବିତମାନଙ୍କ ଉତ୍ତମ ପ୍ରଦର୍ଶନକୁ ଆଖି ଆଗରେ ରଖି ଦେଶର ବିଭିନ୍ନ ସ୍ଥାନରେ ଜାତୀୟ କ୍ରୀଡାମାନ ଅନୁଷ୍ଠିତ ହେଉଛି ।

ପ୍ରଧାନମନ୍ତ୍ରୀ ଗୋଆର ମାଓଗାଓଁ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ୨୬ତାରିଖ ଦିନ ୩୭ତମ ଜାତୀୟ କ୍ରୀଡାର ଉଦ୍ଘାଟନ କରିବେ । ଏହି ଅବସରରେ ସେ ଅଂଶଗ୍ରହଣକାରୀ କ୍ରୀଡାବିତମାନଙ୍କୁ ମଧ୍ୟ ସମ୍ବୋଧନ କରିବେ ।

ପ୍ରଥମଥର ନିମନ୍ତେ ଗୋଆରେ ଏହି ଜାତୀୟ କ୍ରୀଢା ଅନୁଷ୍ଠିତ ହେଉଛି । ଏହା ଅକ୍ଟୋବର ୨୬ରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶବ୍ୟାପୀ ୧୦ହଜାରରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରୁଥିବାବେଳେ ୪୩ଟି ବିଭିନ୍ନ ପ୍ରକାର ଖେଳ ୨୮ଟି ସ୍ଥାନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

ମଧ୍ୟପ୍ରଦେଶର ଲୋକାୟୁକ୍ତର ବଡ କାର୍ଯ୍ୟାନୁଷ୍ଠାନ, ସେବା ନିବୃତ୍ତ ଅବକାରୀ ଅଧିକାରୀଙ୍କ 8ଟି ଠିକଣାରେ ରେଡ୍
ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ପ୍ରାମାଣିକ ସମାଚାରର ମାଗଣା ଉପଲବ୍ଧତା ପାଇଁ ପିବି –ଶବ୍ଦ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଅନୁରୋଧ କଲା ପ୍ରସାର ଭାରତୀ
RBI ପୁଞ୍ଜି ବଜାର ଋଣ ନିୟମ ସ୍ଥଗିତ ରଖିଲା, ସେୟାର ନିବେଶ ପାଇଁ ଋଣ ସୀମା ବଢ଼ାଇଲା
କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣର ଭୂଟାନ ଯାତ୍ରା ରଦ୍ଦ, ସିଲିଗୁଡ଼ୀରେ ରାତ୍ରୀ ବିଶ୍ରାମ କରି ଫେରିଲେ ଦିଲ୍ଲୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଢେଙ୍କାନାଳ ଓ ତାଳଚେରରେ ‘ରାବଣ ପୋଡି ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
Next Article ମା ସମଲେଶ୍ଵରୀଙ୍କ ମନ୍ଦିରରେ କୁମାରପୂର୍ଣ୍ଣମୀ ନୀତିନିର୍ଘଣ୍ଟ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?