• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ନୂଆଦିଲ୍ଲୀରେ ପ୍ରେସମିଟ କରି ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡି ମେଂଟ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
National

ନୂଆଦିଲ୍ଲୀରେ ପ୍ରେସମିଟ କରି ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡି ମେଂଟ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

CliQ INDIA
Last updated: August 12, 2025 8:07 am
CliQ INDIA
Share
8 Min Read
SHARE

ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ଲିପ୍ତ କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ଭୋଟର୍ କରି ରାଜନୈତିକ ରୁଟି ସେକିବାକୁ ଚାହୁଁଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.)- କଂଗ୍ରେସ ଦଳ ଏବଂ ଏହାର ସହଯୋଗୀମାନେ କେବଳ ଭୋଟ ବ୍ୟାଙ୍କ ରାଜନୀତିରେ ଲିପ୍ତ । ଅନୁପ୍ରବେଶକାରୀଙ୍କୁ ଭୋଟର୍ କରି ସେମାନେ ନିଜର ରାଜନୈତିକ ରୁଟି ସେକିବାକୁ ଚାହୁଁଛନ୍ତି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡି ଗଠବନ୍ଧନ ଉପରେ କଠୋର ଜବାବ ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ସମ୍ବିଧାନର ଦ୍ୱାହି ଦିଅନ୍ତି, ସେମାନେ ଆଜି ସମ୍ବିଧାନର ମୂଳ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ନିର୍ବାଚନ କମିଶନ ଭଳି ଏକ ନିରପେକ୍ଷ ସଂସ୍ଥା ଉପରେ ଭିତ୍ତିହୀନ ଅଭିଯୋଗ ଆଣି ଦେଶରେ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି। ସ୍ୱତନ୍ତ୍ର ସଂଶୋଧିତ ଭୋଟର ତାଲିକା (ଏସଆଇଆର) ଭଳି ନିୟମିତ ପ୍ରକ୍ରିୟାକୁ ରାଜନୈତିକ ଅସ୍ତ୍ର କରି ଏହି ଲୋକମାନେ ଅନୁପ୍ରବେଶକାରୀଙ୍କ ସପକ୍ଷରେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ତେବେ ପରିବାର କ୍ଷମତାଚ୍ୟୁତ ହେବା ବାସ୍ତବରେ ସେମାନଙ୍କୁ ଅଧିକ କଷ୍ଟ ଦେଇଛି । ଇଣ୍ଡି ମେଣ୍ଟର ଲୋକମାନେ ବିଶେଷ ଭାବରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ସବୁବେଳେ ସମ୍ବିଧାନର ଦ୍ୱାହି ଦେଇ ସମ୍ବିଧାନ ବିରୋଧୀ କାମ କରୁଛନ୍ତି। କଂଗ୍ରେସ ପାର୍ଟି ଦିଶାହୀନ ହେବା ରାହୁଲଙ୍କ ପାଇଁ ଦ୍ୱନ୍ଦର କାରଣ ହୋଇଛି ।

ସେ କହିଛନ୍ତି, ସ୍ୱତନ୍ତ୍ର ସଂଶୋଧିତ ଭୋଟର ତାଲିକା ପ୍ରଥମ ଥର ପାଇଁ ନୁହେଁ ବରଂ ସବୁ ରାଜ୍ୟରେ ଜାତୀୟ ସ୍ତରରେ ନିର୍ବାଚନ କମିଶନଙ୍କ ଏକ ନିୟମିତ ପ୍ରକ୍ରିୟା । ସ୍ୱାଧୀନତା ପରେ ଭୋଟର ତାଲିକାକୁ ସଂଶୋଧିତ ଏବଂ ବ୍ୟବସ୍ଥିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଏକ ସ୍ୱତନ୍ତ୍ର ଏବଂ ନିରନ୍ତର ପ୍ରକ୍ରିୟା ରହିଛି। କଂଗ୍ରେସ ଦଳ ପ୍ରଥମେ ଇଭିଏମ ଉପରେ ମିଛ ଅଭିଯୋଗ ଆଣିବା ସହ ସମୟ ସମୟରେ ମହାରାଷ୍ଟ୍ର, ହରିୟାଣାର ପ୍ରସଙ୍ଗ ଉଠାଇ ଦେଶବାସୀଙ୍କ ସାମ୍ନାରେ ମିଛର ପାହାଡ ତିଆରି କରେ । ବିଶେଷ ଭାବରେ ୨୦୧୪, ୨୦୧୯ ଏବଂ ୨୦୨୪ ରେ ଅନେକ ରାଜ୍ୟରେ ଲଗାତାର ପରାଜୟ ଯୋଗୁଁ କଂଗ୍ରେସ ଦଳ ହତାଶାବସ୍ଥାରେ ଅଛି । କଂଗ୍ରେସ ପାଖରେ ନା କୌଣସି ସ୍ପଷ୍ଟ ପ୍ରସଙ୍ଗ ନାହିଁ, ନା କୌଣସି ନୀତି ଅଛି । କେବଳ ଏକ ପ୍ରତିକ୍ରିୟାଶୀଳ ଶକ୍ତି ଭାବରେ ଇଚ୍ଛାନୁସାରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ତିଆରି କରୁଛନ୍ତି । ପ୍ରଥମେ କଂଗ୍ରେସ ଇଭିଏମକୁ ପ୍ରସଙ୍ଗ କରିଥିବା ବେଳେ ପରେ ରାଫେଲ ଉପରେ ମିଛ ଟିପ୍ପଣୀ ଦେଇଥିଲା । ତା’ପରେ ସୀମାରେ ଚୀନ୍ ସହିତ ଆମର ବିବାଦ ପ୍ରସଙ୍ଗରେ ଚୀନ୍ କୁ ସମର୍ଥନ କରିଥିଲା । କଂଗ୍ରେସ ଭାରତୀୟ ସେନା ଏବଂ ଭାରତର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ, ଯେଉଁ ପ୍ରସଙ୍ଗରେ ମାନ୍ୟବର ନ୍ୟାୟପାଳିକା ମଧ୍ୟ ସ୍ୱାଧୀନ ଭାରତର କୌଣସି ରାଜନୈତିକ ବ୍ୟକ୍ତିତ୍ୱ ଉପରେ ଏତେ କଠୋର ମନ୍ତବ୍ୟ ଦେବାକୁ ବାଧ୍ୟ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳ ଏବଂ ତାଙ୍କର ନେତା ରାହୁଲ ଗାନ୍ଧୀ ଆଜି ବୈଚାରିକ ଦିଶାହୀନ ହୋଇଯାଇଛନ୍ତି । ଦେଶରେ ଅସ୍ଥିରତା ତିଆରି କରିବା ପାଇଁ ସେମାନଙ୍କର ସୁଚିନ୍ତିତ ରଣନୀତିର ଏକ ଅଂଶ ହେଉଛି ଅରାଜକତା ଏବଂ ଅହଂକାରର ସମିଶ୍ରଣ । ସେମାନଙ୍କର ସ୍ପଷ୍ଟ ନୀତି ହେଉଛି ଯେ ଯଦି ସେମାନେ ନିର୍ବାଚନ ଜିତିଯାଆନ୍ତି, ତେବେ ସବୁକିଛି ଠିକ୍ ଅଛି, କିନ୍ତୁ ଯେତେବେଳେ ସେମାନେ ହାରିଯାଆନ୍ତି, ସେତେବେଳେ ବ୍ୟବସ୍ଥାର ତ୍ରୁଟି ଉପରେ ଦୋଷ ଲଦନ୍ତି । ଗତ ଦୁଇ-ତିନି ଦିନ ମଧ୍ୟରେ ହୋଇଥିବା ବିତର୍କ ଏବଂ ବିବାଦ ପାଇଁ ଭାରତୀୟ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

ସେ କହିଛନ୍ତି ଗଣମାଧ୍ୟମ ପ୍ରାୟ ସମସ୍ତ ଟିଭି ଚ୍ୟାନେଲ ସତ୍ୟ ଏବଂ ପ୍ରମାଣ ଆଧାରରେ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ମିଛକୁ ପର୍ଦ୍ଦାଫାଶ କରିଛନ୍ତି । ଟେକ୍ନୋଲୋଜି, ନିର୍ବାଚନ କମିଶନର ପ୍ରକ୍ରିୟା ତଥା ଦେଶର ସାଧାରଣ ଜ୍ଞାନ ଉପରେ ରାହୁଲଙ୍କ ଅନଭିଜ୍ଞ ଏଥିରୁ ସ୍ପଷ୍ଟ ଅନୁମେୟ । ଯେତେବେଳେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ଏବଂ ନିରପେକ୍ଷ ସଂସ୍ଥା ଭାବରେ ସେମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରନ୍ତି, ସେତେବେଳେ ସେମାନେ ସେହି ନିର୍ବାଚନ ଆୟୋଗଙ୍କୁ ନଷ୍ଟ କରିବା ଦେବା ଭଳି ମନ୍ତବ୍ୟ ଦିଅନ୍ତି । ‘ଆମେ ପରମାଣୁ ବୋମା ପକାଇବୁ, ନିର୍ବାଚନ କମିଶନ ଖଣ୍ଡବିଖଣ୍ଡ ହେବା ଭଳି ଭାଷା ମଧ୍ୟ ସେମାନେ ବ୍ୟବହାର କରିବା ଦୁର୍ଭାଗ୍ୟଜନକ । କଂଗ୍ରେସ ଭାରତ ବିରୋଧୀ ଦେଶର ଭାଷା ବ୍ୟବହାର କରୁଛି । ରାଜନୀତି ପ୍ରସଙ୍ଗ ଆଧାରିତ ହେବା ଉଚିତ । କେବଳ ଅନୁପ୍ରବେଶକାରୀ କିମ୍ବା ଏକ ନିର୍ଦ୍ଦିଷ୍ଟ ବର୍ଗର ମନରେ ଭୟ ସୃଷ୍ଟି କରି ରାଜନୀତି କରିବା ଗଣତାନ୍ତ୍ରିକ ମୂଲ୍ୟବୋଧ ବିରୋଧୀ । ରାହୁଲ ଗାନ୍ଧୀ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କିମ୍ବା ଦେଶର ଜନସାଧାରଣଙ୍କ ନିଷ୍ପତ୍ତି ବିରୋଧରେ ଟିପ୍ପଣୀ ଦେଉନାହାନ୍ତି ବରଂ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ନଷ୍ଟ କରିବା ଭଳି କଥା କହୁଛନ୍ତି । କଂଗ୍ରେସ ସମେତ ବିରୋଧୀ ଦଳ ସଂସଦରେ ‘ଅପରେସନ୍ ସିନ୍ଦୂର’ ଉପରେ ଆଲୋଚନା ପୂର୍ବରୁ ବହୁତ ହଙ୍ଗାମା କରିଥିଲେ, କିନ୍ତୁ ଯେତେବେଳେ ସଂସଦରେ ଏହା ଉପରେ ବିତର୍କ ହେଲା, ସେତେବେଳେ ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିଲା । ତେବେ ଦେଶର ଗଣତନ୍ତ୍ରକୁ ସେମାନେ କେଉଁଠାକୁ ନେବାକୁ ଚାହୁଁଛନ୍ତି? ଯେଉଁମାନେ ପ୍ରତିଦିନ ସମ୍ବିଧାନ ପୁସ୍ତକ ଧରି ବୁଲନ୍ତି, ସେମାନେ ଭାରତର ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକୁ ନଷ୍ଟ କରିବାକୁ ମନସ୍ଥ କରିଛନ୍ତି କି? ବିଜେପି ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଲୋକମାନେ କେବଳ ପ୍ରତିବାଦ କରିବାକୁ ଚାହୁଁନାହାଁନ୍ତି ବରଂ ଦେଶରେ ଅରାଜକତା ତିଆରି କରିବାକୁ ଚାହୁଁଛନ୍ତି । କିଛି ଦିନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକରେ ଏକ ରାଲି କରି ନିର୍ବାଚନ ଆୟୋଗର ଅଧିକାରୀମାନଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା ଏବଂ ଆୟୋଗ ଏହା ଉପରେ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି, ତେବେ ଏକ ଶପଥପତ୍ର ଦେଇ ତାହା ଉପସ୍ଥାପନ କରନ୍ତୁ । ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହଯୋଗୀମାନେ ବିହାରରେ ସମାନ ଭିତ୍ତିହୀନ ଅଭିଯୋଗ କରିଥିଲେ, ସେଠାରେ ନିର୍ବାଚନ କମିଶନ ତୁରନ୍ତ ରେକର୍ଡ ଦେଖାଇ ସତ୍ୟ ସାମ୍ନାକୁ ଆଣିଥିଲେ । ମହାରାଷ୍ଟ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା । ନିର୍ବାଚନ କମିଶନ କଂଗ୍ରେସର ଏକ ବ୍ୟକ୍ତିଗତ ବ୍ୟବସ୍ଥା ନୁହେଁ କି ଏଆଇସିସିର କାର୍ଯ୍ୟାଳୟ । ଏହା ଭାରତର ସାମ୍ବିଧାନିକ ବ୍ୟବସ୍ଥାର ଏକ ପ୍ରମୁଖ ସ୍ତମ୍ଭ । ଯଦି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ସମ୍ବିଧାନ ଉପରେ ଟିକେ ବି ବିଶ୍ୱାସ ଥାଆନ୍ତା, ତେବେ ସେମାନେ ସେମାନଙ୍କ ଅଭିଯୋଗ ପାଇଁ ଏକ ଶପଥପତ୍ର ଦେଇ ନିର୍ବାଚନ କମିଶନଙ୍କ ସମ୍ମୁଖରେ ନିଜର ମତ ରଖିଥାଆ ନ୍ତେ। କିନ୍ତୁ ତାହା କରିବା ବଦଳରେ ସେମାନେ ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି ବାସ୍ତବରେ କଂଗ୍ରେସ ଦଳ ଦେଶର ଶାସନ ବ୍ୟବସ୍ଥାରୁ କ୍ଷମତାଚ୍ୟୁତ ହେବା ସେମାନଙ୍କୁ ଅଧିକ କଷ୍ଟ ଦେଇଛି । ପଣ୍ଡିତ ନେହେରୁଙ୍କ ସମୟରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ତା’ପରେ ରାଜୀବ ଗାନ୍ଧୀ ଏବଂ ତାପରେ ରିମୋଟ୍ ଦ୍ୱାରା ନିୟନ୍ତ୍ରିତ ମା-ପୁତ୍ର ଯୋଡ଼ି ଏବଂ ବର୍ତ୍ତମାନ ଭଉଣୀ, ସମସ୍ତଙ୍କର କ୍ଷମତା ସହିତ ସମ୍ପର୍କ ରହିଛି । ଏହି ପରିବାର ଆଜି ଭାରତର ସମ୍ପଦ ଲୁଟ କରିବା ମାମଲା ଅଭିଯୋଗରେ ଘେରି ରହିଛି । ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ସେମାନେ ଅସଭ୍ୟ ଓ ଅପମାନଜନକ ଭାଷା ବ୍ୟବହାର କରନ୍ତି । ସେ କହିଛନ୍ତି ଆମେ ସମାଲୋଚନା ସହିତ ଅସହମତ ନୁହଁ କିନ୍ତୁ ସଂସଦରେ ଯେକୌଣସି ବିଷୟରେ ସୁସ୍ଥ ବିତର୍କ ହେବା ଉଚିତ । କିନ୍ତୁ କେବଳ ସେହି ପ୍ରସଙ୍ଗଗୁଡ଼ିକ ଉଠାଯିବା ଉଚିତ ଯାହା ଆଲୋଚନା ଯୋଗ୍ୟ। ଆମେ କ’ଣ ସୁପ୍ରିମକୋର୍ଟର କାର୍ଯ୍ୟକାରିତା ଉପରେ ଆଲୋଚନା କରିବୁ ? ଯଦି ଆମକୁ ନିର୍ବାଚନ କମିଶନରେ ସଂସ୍କାର ବିଷୟରେ କଥା ହେବାକୁ ପଡ଼େ, ତେବେ ଆମେ ସେଗୁଡ଼ିକ ଉପରେ ଆଲୋଚନା କରିପାରିବା। କିନ୍ତୁ କେବଳ ଆମେ ହାରିଯିବା ଯୋଗୁଁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ଗଣତନ୍ତ୍ର ଏବଂ ସମ୍ବିଧାନ ବିରୋଧୀ ବିଷୟ ।

ଅପରପକ୍ଷରେ ସ୍ୱାଧୀନତା ପର ଠାରୁ ଭୋଟର ତାଲିକାରୁ ନାମ ଯୋଡିବା କିମ୍ବା ବାଦ ଦେବା ବିଷୟ ଆରମ୍ଭ ହୋଇଛି । ନିର୍ବାଚନ କମିଶନ ଗଠନ ପରେ ଏହି ବ୍ୟବସ୍ଥା ଆହୁରି ବ୍ୟବସ୍ଥିତ ହୋଇଛି । ବୁଥ୍ ସ୍ତରୀୟ କର୍ମୀ ଭାବରେ ମୁଁ ଅନେକ ଥର ନାମ ଯୋଡିଛି ଏବଂ ଯେତେବେଳେ କୌଣସି ସ୍ଥାନରେ ଭୁଲ ନାମ ଯୋଡି ହୋଇଛି, ମଁହ ଏହାକୁ ବାଦ ଦେବା ପାଇଁ ଆବେଦନ ମଧ୍ୟ କରି ଛି। ଆଜି ମଧ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଯେଉଁଠାରେ ଏସଆଇଆର କରାଯାଉଛି, ଯଦି ଜଣେ ପ୍ରକୃତ ବ୍ୟକ୍ତିଙ୍କ ନାମ ବାଦ ଦିଆଯାଇଛି, ତେବେ ତାହାକୁ ପୁଣି ଯୋଡିବା ପାଇଁ ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ ଆବେଦନ ବ୍ୟବସ୍ଥା ଅଛି । ବିହାରରେ ଏସଆଇଆର ବର୍ତ୍ତମାନ କରାଯାଉଛି। ଯଦି କଂଗ୍ରେସ ଓ ରାହୁଲ ଗାନ୍ଧୀ ପ୍ରକୃତରେ ରାଜନୈତିକ ଭାବରେ ସକ୍ରିୟ କର୍ମୀ ଏବଂ ବିହାରରେ ସେମାନଙ୍କ ଦଳର ନିଜସ୍ୱ ସଂଗଠନ ଏବଂ ବିଏଲଏ ତେବେ ସେମାନେ ନିଜେ ବିହାର ଯିବା ଉଚିତ୍ । କଂଗ୍ରେସ ପାଖରେ କୌଣସି କାମ ନାହିଁ । ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନାମ ଯୋଡିବା ଏବଂ ଏହା ହେଉଛି କଂଗ୍ରେସର ଭୋଟ ବ୍ୟାଙ୍କ ରାଜନୀତିର ପ୍ରକୃତ ଚେହେରା । ରାହୁଲ ଗାନ୍ଧୀ ଦେଶର ଅଧିକାର ବିଦେଶୀମାନଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି, ଏହା ତାଙ୍କର ଅନ୍ତର୍ନିହିତ ଭୋଟ ବ୍ୟାଙ୍କ ରାଜନୀତି, ଏହା ତାଙ୍କର ତୁଷ୍ଟୀକରଣର ରାଜନୀତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

You Might Also Like

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଗାପୁର ବିମାନବନ୍ଦର ଅଭିମୁଖେ ଯାତ୍ରା , ଧାନବାଦରେ ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ
ଚାରିଧାମ ଯାତ୍ରା ରାସ୍ତାରେ ବର୍ଷା ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ
Mamata, Abhishek Launch Bengal Poll Campaign; 40,000 Vote Target Set in Patharpratima
ଆଜି ଉଜ୍ଜୟିନୀରୁ ଧୁମଧାମରେ ବାହାରିବ ଭଗବାନ ମହାକାଳଙ୍କ ସବାରୀ, ଚାରି ସ୍ୱରୂପରେ ଦେବେ ଦର୍ଶନ | BulletsIn
ମମତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଦିଲ୍ଲୀପ ଘୋଷଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସେଟଲମେଣ୍ଟ କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ
Next Article ହରଘର ତ୍ରିରଙ୍ଗା: ସ୍ବଛତା ଓ ସଚେତନତା କାର୍ଯ୍ୟକ୍ରମ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?