ନୂଆଦିଲ୍ଲୀ, 16 ଡିସେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ କାର୍ଯ୍ୟକାରୀ ସଫଳ ଡିଜିଟାଲ ସମାଧାନ ର ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ତାଞ୍ଜାନିଆର ସୂଚନା, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ଅକ୍ଟୋବର ୦୯, ୨୦୨୩ରେ ସ୍ୱାକ୍ଷରିତ ବୁଝାମଣାପତ୍ର ବିଷୟରେ ଅବଗତ କରାଯାଇଥିଲା ।
ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ ରୂପାନ୍ତରଣମୂଳକ ପଦକ୍ଷେପର କାର୍ଯ୍ୟକାରିତାରେ ଘନିଷ୍ଠ ସହଯୋଗ ଏବଂ ଅଭିଜ୍ଞତା, ଡିଜିଟାଲ ପ୍ରଯୁକ୍ତି ଭିତ୍ତିକ ସମାଧାନ ର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ।
ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ ଜି୨ଜି ଏବଂ ବି୨ବି ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରାଯିବ। ଏହି ବୁଝାମଣାପତ୍ରରେ ବିଚାର କରାଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ ସେମାନଙ୍କ ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ।
ଏହି ବୁଝାମଣାପତ୍ରରେ ଆଇଟି କ୍ଷେତ୍ରରେ ଉନ୍ନତ ସହଯୋଗ ର ପରିକଳ୍ପନା କରାଯାଇଛି ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
