ନୂଆଦିଲ୍ଲୀ, 22 ଅକ୍ଟୋବର (ହି.ସ.)- ଅଲିମ୍ପିକ ପଦକ
ବିଜେତା ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରାଙ୍କୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳସେନା
ପ୍ରମୁଖ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କର ଉପସ୍ଥିତିରେ ଭାରତୀୟ ସେନାରେ ଲେଫ୍ଟିନେଣ୍ଟ କର୍ଣ୍ଣେଲ୍
(ମାନଦ) ଉପାଧି ପ୍ରଦାନ କରାଯାଇଛି। ପ୍ରତିରକ୍ଷାମନ୍ତ୍ରୀ ନୀରଜ ଚୋପ୍ରା ଓ ତାଙ୍କ
ପରିବାର ସଦସ୍ୟଙ୍କ ସହ ଆଲୋଚନା କରି କହିଛନ୍ତି ଯେ ନୀରଜ ଦୃଢତା,
ଦେଶଭକ୍ତି ଓ ଉତ୍ତମତା ପ୍ରତି ପ୍ରୟାସ କରିବାର ଭାରତୀୟ
ଆତ୍ମାର ପ୍ରତୀକ।
ବୁଧବାର ସାଉଥ୍ ବ୍ଲକରେ
ଆୟୋଜିତ ପିପିଂ ସମାରୋହ ବେଳେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଔପଚାରିକ ଭାବେ ନୀରଜ
ଚୋପ୍ରାଙ୍କୁ ପ୍ରାଦେଶିକ ସେନାର ଲେଫ୍ଟିନେଣ୍ଟ କର୍ଣ୍ଣେଲ୍ (ମାନଦ) ପଦର ପ୍ରତୀକଚିହ୍ନ
ପ୍ରଦାନ କରିଛନ୍ତି।
ତାଙ୍କ ବକ୍ତବ୍ୟରେ ରାଜନାଥ
ସିଂହ କହିଛନ୍ତି ଯେ ନୀରଜ ଚୋପ୍ରା ଅନୁଶାସନ, ସମର୍ପଣ ଓ ଜାତୀୟ ଗର୍ବର ସର୍ବୋଚ୍ଚ ଆଦର୍ଶର ପ୍ରତୀକ। ସେ ଖେଳ ଜଗତ ପାଇଁ ନୁହେଁ,
ସେନା ପାଇଁ ମଧ୍ୟ ଏକ ବଡ଼ ପ୍ରେରଣାସ୍ରୋତ।
ଏହି ଅବସରରେ ସ୍ଥଳସେନାଧ୍ୟକ୍ଷ
ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଓ ଭାରତୀୟ
ସେନା ଓ ପ୍ରାଦେଶିକ ସେନାର ଅନ୍ୟାନ୍ୟ ବରିଷ୍ଠ
ଅଧିକାରୀମାନେ ଉପସ୍ଥିତ ଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
