
ନୂଆଦିଲ୍ଲୀ, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡା
ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସର ଅଭିନନ୍ଦନ! ଏହି ବିଶେଷ ଅବସରରେ
ଆମେ ମେଜର ଧ୍ୟାନଚନ୍ଦ ଜୀଙ୍କୁ ସ୍ମରଣ କରୁଛୁ, ତାଙ୍କର କ୍ରୀଡ଼ା
ଦକ୍ଷତା ଓ ଉତ୍କୃଷ୍ଟତା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସୁଛି।
ଗତ ଦଶନ୍ଧିରେ ଭାରତର
କ୍ରୀଡ଼ା କ୍ଷେତ୍ରରେ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ତୃଣମୂଳ ସ୍ତରରେ ପ୍ରତିଭା
ଉନ୍ମୁକ୍ତ କରିବା ପାଇଁ ଚାଲୁଥିବା କାର୍ଯ୍ୟକ୍ରମରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ଭିତ୍ତିଭୂମି
ତିଆରି କରିବା ପର୍ଯ୍ୟନ୍ତ, ଆମ ଦେଶରେ ଏକ ଗତିଶୀଳ କ୍ରୀଡ଼ା ପରିବେଶ ତିଆରି
ହେଉଛି।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
