
ରାୟପୁର , 03 ଡିସେମ୍ବର – ଛତିଶଗଡ ବିଧାନସଭା ନିର୍ବାଚନର ମତଗଣନା ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହୋଇଛି । ବର୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଜନସାଧାରଣ କଂଗ୍ରେସ ନେତୃତ୍ୱାଧୀନ ଭୂପେଶ ବଘେଲ ସରକାରଙ୍କୁ ପ୍ରତ୍ୟାଖ୍ୟାତ କରୁଛନ୍ତି।
ନିର୍ବାଚନ କମିଶନଙ୍କ ଅଧିକୃତ ୱେବସାଇଟରୁ ଦିନ 1.30 ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 90ଟି ବିଧାନସଭା ଆସନ ମଧ୍ୟରୁ ବିଜେପି 53 ଟି ଆସନରେ ଆଗୁଆ ରହିଛି । ସେହିପରି କଂଗ୍ରେସ ଦଳ 34 ଆସନରେ ଆଗୁଆ ରହିଥିବା ବେଳେ ବିଏସପି, ସିପିଆଇ ଓ ଜିଜିପି 1-1 ଆସନରେ ଆଗୁଆ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
