ନୂଆଦିଲ୍ଲୀ, 30 ଅକ୍ଟୋବର (ହି.ସ.) କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପୂର୍ବତନ ଅଧିକାରୀଙ୍କୁ ମୁକ୍ତ କରିବା ନିମନ୍ତେ ଭାରତ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।
ସାକ୍ଷାତ ନେଇ ଜୟଶଙ୍କର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ସକାଳେ କତାରରେ ବନ୍ଦୀ ଥିବା ଭାରତୀୟ ଅଧିକାରୀଙ୍କ ପରିବାରଙ୍କୁ ସାକ୍ଷାତ କରିଛି । ସରକାର ଏହି ମାମଲାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କର ପରିବାର ଲୋକଙ୍କ ଚିନ୍ତା ଓ କଷ୍ଟକୁ ଶୁଣିଥିବା ସେ କହିଛନ୍ତି । ସେମାନଙ୍କୁ ମୁକ୍ତ କରିବା ନିମନ୍ତେ ସରକାର ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆନ୍ତରିକତାର ସହ ସମନ୍ବୟ ରକ୍ଷା କରିବୁ। ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ସେମାନଙ୍କୁ ଦଣ୍ଡାଦେଶ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
