ନୂଆଦିଲ୍ଲୀ, 24 ଅକ୍ଟୋବର (ହି.ସ.) ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ଟାଏକୋଣ୍ଡୋ ମହିଳା କେ୪୪-୪୭କେଜି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଅରୁଣାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ ଟାଏକୋଣ୍ଡୋ ମହିଳା କେ୪୪-୪୭କେଜି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଅରୁଣାଙ୍କୁ ଅଭିନନ୍ଦନ । ତାଙ୍କ ନିଷ୍ଠା ଓ ଦକ୍ଷତା ବାସ୍ତବରେ ଦେଶକୁ ଗର୍ବିତ କରିଛି । ଭବିଷ୍ୟତରେ ସେ ଆହୁରି ଉପଲବ୍ଧି ହାସଲ କରନ୍ତୁ ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
